CRPF ପ୍ରଜ୍ଞାପନ ମେଢ଼ରେ ଢେଙ୍କାନାଳ ଝିଅ ପ୍ରିୟଦର୍ଶିନୀ ଦାସ

ନୂଆଦିଲ୍ଲୀ: CRPF ପ୍ରଜ୍ଞାପନ ମେଢ଼ରେ ଢେଙ୍କାନାଳ ଝିଅ ପ୍ରିୟଦର୍ଶିନୀ ଦାସ । ଏ ବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଆକର୍ଷଣ ପାଲଟିବେ ସିନିୟର ଅଣ୍ଡର ଅଫିସର ପ୍ରିୟଦର୍ଶିନୀ। ଲାଗାତର ତୃତୀୟ ଥର ପାଇଁ ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏହା ପୂର୍ବରୁ CRPF ଡେୟାର୍‌ ଡେଭିଲ୍‌ସ ଟିମ୍‌ରେ ସାମିଲ ହୋଇ ଦିଲ୍ଲୀ ରାଜପଥରେ ମୋଟର ସାଇକେଲରେ ଷ୍ଟଣ୍ଟ କରିଥିଲେ। ପ୍ରିୟଦର୍ଶିନୀ ଦାସ ଏବେ ଦିଲ୍ଲୀ ବିଜୟ ଚୌକରେ କାର୍ଯ୍ୟରତ ଅଛନ୍ତି।

Spread the love