ଟ୍ୟାକ୍ସ ଭରିବାରେ ତ୍ରୁଟି ହେଲେ ଚିନ୍ତା କରନ୍ତୁ ନାହିଁ, ସରକାର କଲେ ନୂତନ ବ୍ୟବସ୍ଥା

ନୂଆଦିଲ୍ଲୀ ୦୧।୦୨: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରିଥିବା ବଜେଟ୍‌ରେ ଅନେକ ଘୋଷଣା କରିଛନ୍ତି। ସେଥି ମଧ୍ୟରେ ରହିଛି ଆୟକର ବା ଇନକମ ଟ୍ୟାକ୍ସ ସଂପର୍କିତ ଘୋଷଣା। ଅର୍ଥ ମନ୍ତ୍ରୀ କହିଛନ୍ତି, ଇନକମ ଟ୍ୟାକ୍ସ ରିଟର୍ଣ୍ଣରେ ତ୍ରୁଟି ସୁଧାରିବା ପାଇଁ ୨ ବର୍ଷ ପର୍ଯ୍ୟନ୍ତ ସମୟ ଦିଆଯିବ। ଏଥିସହ କର୍ପୋରେଟ୍ ଟ୍ୟାକ୍ସକୁ ୧୮ ପ୍ରତିଶତରୁ ହ୍ରାସ କରି ୧୫ ପ୍ରତିଶତ କରାଯାଇଛି।

ଅନିୟମିତତା କଲେ ୨ ବର୍ଷ ଜେଲ୍

ଅର୍ଥ ମନ୍ତ୍ରୀ କହିଛନ୍ତି ଟ୍ୟାକ୍ସ ସିଷ୍ଟମରେ ସୁଧାର ପ୍ରକ୍ରିୟା ଜାରି ରହିବ। ସରକାର ଟ୍ୟାକ୍ସରେ ନୂତନ ସଂସ୍କାର ଆଣିବାକୁ ଯୋଜନା କରୁଛନ୍ତି। ଆଇଟିଆରରେ ଅନିୟମିତତା ଉପରେ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ନିୟମ କରାଯାଇଛି।

୨ ବର୍ଷ ପର୍ଯ୍ୟନ୍ତ କରିପାରିବେ ରିଟର୍ଣ୍ଣ ଫାଇଲ୍

କରଦାତାଙ୍କ ପାଇଁ ଅପଡେଟେଡ୍ ରିଟର୍ଣ୍ଣ ଫାଇଲ୍  କରିବାର ପ୍ରାବଧାନ କରାଯାଇଛି। କରଦାତା କୌଣସି ବି ଆସେସମେଣ୍ଟ ଇୟରର ଅନ୍ତିମ ଦିନଠୁ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଅପଡେଟେଡ୍ ଟିଟର୍ଣ୍ଣ ଫାଇଲ୍ କରି ପାରିବେ। ଅର୍ଥାତ ଯଦି ଆପଣ ୨୦୨୨-୨୩ର ରିଟର୍ଣ୍ଣ ଫାଇଲ୍ କରିଛନ୍ତି ଏବଂ ଏଥିରେ କିଛି ବଦଳାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ୨୦୨୪-୨୫ ପର୍ଯ୍ୟନ୍ତ ଅପଡେଟେଡ୍ ରିଟର୍ଣ୍ଣ  ଫାଇଲ୍ କରି ପାରିବେ।

Spread the love