୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୫ ଲକ୍ଷ କୋଟି ଟଙ୍କା ଋଣ କରିବେ ସରକାର, ଜାଣନ୍ତୁ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ ୦୧/୦୨ :  ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଘୋଷଣା କରି ସରକାର ଆସନ୍ତା ଆର୍ଥିକ ବର୍ଷ ପାଇଁ କେତେ ଟଙ୍କା ଋଣ ଆକାରରେ ଏକାଠି କରିବେ ସେନେଇ ସୂଚନା ଦେଇଛନ୍ତି। ସରକାର ପ୍ରତିବର୍ଷ ଋଣ ଆକାରରେ ବଜେଟର ଏକ ବଡ ଅଂଶ ଏକାଠି କରିଥାନ୍ତି ।

ସଂସଦରେ ଉପସ୍ଥାପିତ ବଜେଟ୍ ଅନୁସାରେ ସରକାର ଆସନ୍ତା ଆର୍ଥକ ବର୍ଷରେ ପ୍ରାୟ ୩୯.୪୫ ଲକ୍ଷ କୋଟି ଟଙ୍କା ସରକାର ଖର୍ଚ୍ଚ କରିବାକୁ ଯାଉଛନ୍ତି । ସରକାରଙ୍କ ଆୟ ୨୨.୮୪ ଲକ୍ଷ କୋଟି ଟଙ୍କା ରହିବା ନେଇ ଅନୁମାନ କରାଯାଉଛି । ଖର୍ଚ୍ଚ ଏବଂ ଆୟର ବ୍ୟବଧାନକୁ ଦୂର କରିବା ପାଇଁ ସରକାର ବଣ୍ଡ ଜରିଆରେ ବଜାରରୁ ୧୫ ଲକ୍ଷ କୋଟି ଟଙ୍କାର ଋଣ କରିବେ ।

ଗତ ବର୍ଷ ବଜେଟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଆର୍ଥିକ ବର୍ଷରେ ବଜାରରୁ ୧୨.୫ ଲକ୍ଷ କୋଟି ଟଙ୍କା ଋଣ ପାଇଁ ଲକ୍ଷ୍ୟ ରଖିଥିଲେ । ସରକାର ବଜାରରୁ ଅଧିକ ଅର୍ଥ ଉଠାଇବା ଅର୍ଥନୀତି ପାଇଁ ଭଲ ଖବର ହୋଇ ନଥାଏ।

Spread the love