ଏମଏସଏମଇ ପାଇଁ ଅର୍ଥ ମନ୍ତ୍ରୀ ଖୋଲିଲେ ରାଜକୋଷ, ଜାଣନ୍ତୁ ରହିଛି ଘୋଷଣା

ନୂଆଦିଲ୍ଲୀ ୦୧/୦୨ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ଚତୁର୍ଥ ବଜେଟ୍ ଉପସ୍ଥାପନ କରିଛନ୍ତି। ଓମିକ୍ରନ ଲହର ଭିତରେ ଅର୍ଥ ମନ୍ତ୍ରୀ ଏହି ବଜେଟରେ ବିକାଶ, ରୋଜଗାର ସହ ଅନ୍ୟ ସମସ୍ତ ଦିଗ ଉପରେ ଧ୍ୟାନ କେନ୍ଦ୍ରୀତ କରିଛନ୍ତି । ଭାରତରେ ସୁକ୍ଷ୍ମ, ମଧ୍ୟମ ଏବଂ ଲଘୁ ଉଦ୍ୟୋଗକୁ ଅର୍ଥ ବ୍ୟବସ୍ଥାରେ ମେରୁଦଣ୍ଡ ରୁପେ ଦେଖା ଯାଇଥାଏ । ଏଥିପାଇଁ ଅର୍ଥ ମନ୍ତ୍ରୀ ଏହି ବଜେଟରେ ଏହି ଉଦ୍ୟୋଗକୁ ବୁଷ୍ଟ ପ୍ରଦାନ କରିଛନ୍ତି ।

ଅର୍ଥ ମନ୍ତ୍ରୀ ଏମଏସଏମଇ ଉଦ୍ୟୋଗକୁ ଅଧିକ ମଜବୁତ କରିବା ପାଇଁ ଅନେକ ଯୋଜନାର ଘୋଷଣା କରିଛନ୍ତି । ଏହାସହ ସେ କହିଛନ୍ତି,ଉଦ୍ୟସ, ଇ-ଶ୍ରମ, ଏନସିଏସ ଏବଂ ଅସୀମ ପୋର୍ଟାଲ ପରି ଏମଏସଏମଇକୁ ଏବେ ପରସ୍ପର ସହ ଯୋଡାଯିବ । ଏହାର ପରିସୀମାକୁ ବଢାଯିବ । ଏହି ପ୍ଲାର୍ଟଫର୍ମ ଗୁଡିକ ଏବେ ସଂଗଠିତ ଡାଟାବେସ ରୁପେ କାମ କରିବେ । ଏହା ଅଧିନରେ ଋଣ ସୁବିଧା ମିଳିବା ସହ ବ୍ୟବସାୟକୁ ବଢାଇବାରେ ସହାୟତା ହେବ ।

ଏହାଛଡା କେନ୍ଦ୍ର ଅର୍ଥ ମନ୍ତ୍ରୀ ନାବାର୍ଡ ସହୟତାରେ କୋ-ଇନଭେଷ୍ଟମେଣ୍ଟ ମଡେଲ ଅନ୍ତର୍ଗତ ମିଶ୍ରିତ ପୁଞ୍ଜି ସହ ଏକ ପାଣ୍ଠି ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି । ପୂର୍ବ ବଜେଟରେ ଅର୍ଥ ମନ୍ତ୍ରୀ ୨୦ ଲକ୍ଷ କୋଟିରଏମର୍ଜେନ୍ସି କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟୀ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାକୁ ଆସନ୍ତା ୨୦୨୩ ପର୍ଯ୍ୟନ୍ତ ବଢାଇବାକୁ ଅର୍ଥ ମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି। ଏଥିରେ ଗ୍ୟାରେଣ୍ଟି ଯୁକ୍ତ କଭରକୁ ଅତିରିକ୍ତ ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବଢାଯିବ। ଯୋଜନା ଅନ୍ତର୍ଗତ ଆବଣ୍ଟନ ରାଶି ଏବେ ବୃଦ୍ଧି ପାଇ ୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ।

ସୂଚନାଯୋଗ୍ୟ, କରୋନା ମାହାମାରୀରେ ପ୍ରଭାବିତ ଏମଏସଏମଇ ଉଦ୍ୟୋଗକୁ ବଳ ଦେବା ପାଇଁ ଏମର୍ଜେନ୍ସି କ୍ରେଡିଟ୍ ଲୋନ ଗ୍ୟାରେଣ୍ଟୀ ଯୋଜନା ଆରମ୍ଭ କରାଯାଇଥିଲା।

Spread the love