ଅହମଦାବାଦର ପାର୍କରେ ଦୋଳି ଛିଣ୍ଡିବାରୁ ୩ ମୃତ, ୨୬ ଆହତ

 ଗୁଜୁରାଟର ଅହମଦାବାଦରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଆଡଭେଞ୍ଚର ପାର୍କରେ ଦୋଳି ଛିଣ୍ଡିବାରୁ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଲୋକ ଆହତ ହୋଇଛନ୍ତି । ଅଚାନକ ରାଇଡସ ଛିଣ୍ଡିବାରୁ ଦୁର୍ଘଟଣା ଘଟିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣା କାଙ୍କରିଆ ଆଡଭେଞ୍ଚର ପାର୍କରେ ଘଟିଛି । ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଜୟ ରାଇଡସ ଦୋଳି ଅଚାନକ ଛିଣ୍ଡି ଯାଇଥିଲା । ଛୁଟି ଦିନ ଥିବାରୁ ରବିବାର ପାର୍କରେ ବହୁତ ଲୋକ ଥିଲେ ।  ନଗର ନିଗମ କମିଶନ ବିଜୟ ନେହରା କହିଛନ୍ତି, ଦୋଳି ଛିଣ୍ଡିବାର କାରଣ ଖୋଜା ଚାଲିଛି । ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚିଛନ୍ତି । ଉଦ୍ଧାର କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯାଇଥିଲା । ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲା । ଦୋଳିରେ ୩୧ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୧୫ ଜଣ ଅଧିକ ଆହତ ହୋଇଥିଲେ । 

Spread the love