କଳ୍ପନା ପରିଡ଼ା ହେଲେ ଯାଜପୁର ମହିଳା ବିଜେଡିର ସାଧାରଣ ସମ୍ପାଦିକା

ଯାଜପୁର ୦୬/୦୨ : ବିଜୁ ମହିଳା ଜନତା ଦଳର ଯାଜପୁର ଜିଲ୍ଲା ସାଧାରଣ ସମ୍ପାଦିକା ଭାବେ କଳ୍ପନା ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି। ବିଜୁ ଜନତା ଦଳ(ବିଜେଡି)ର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଭାନେତ୍ରୀ ସବିତା ରାଉତ କଳ୍ପନାଙ୍କୁ ନିଯୁକ୍ତ କରିଛନ୍ତି।

ପୂର୍ବରୁ କଳ୍ପନା ବିଜେଡିର ଜଣେ ସଚ୍ଚୋଟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ ତେଣୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଜିଲ୍ଲା ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି। ସେପଟେ ନୂଆ ଦାୟିତ୍ୱ ପାଇବା ପରେ କଳ୍ପନାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟୁଛି। ସେ ଏହି ଦାୟିତ୍ୱ ପାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି । ତାଙ୍କ ଉପରେ ବିଶ୍ୱାସ ଓ ଭରସା କରି ଏହି ଦାୟିତ୍ୱ ଦିଆଯାଇଥିବାରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ  ସ୍ଥାନୀୟ କୋରାଇ ବିଧାୟକ ଅଶୋକ ବଳଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସେ କୃତଜ୍ଞତା ଜ୍ଞାପନ କରିଛନ୍ତି  । ଆଗାମୀ ଦିନରେ ବିଜେଡିର ହାତମୁଠାକୁ ଟାଣ କରିବା ସହ ମହିଳାମାନଙ୍କ ସୁରକ୍ଷା ଦିଗରେ ଅଧିକ କାର୍ଯ୍ୟ କରିବେ ବୋଲି କଳ୍ପନା କହିଛନ୍ତି।

Spread the love