ଅସଦୁଦ୍ଦୀନ ଓଓ୍ଵେସିଙ୍କ ସୁରକ୍ଷା ପାଇଁ ବଳି ପଡ଼ିଲେ ୧୦୧ ଛେଳି

ହାଇଦ୍ରାବାଦ ୦୬/୦୨ : ହାଇଦ୍ରାବାଦର ଲୋକସଭା ସାଂସଦ ତଥା ଏଆଇଏମଆଇଏମର ପ୍ରମୁଖ ଅସଦୁଦ୍ଦିନ ଓୱେସିଙ୍କ ସୁରକ୍ଷା ଓ ଦୀର୍ଘ ଜୀବନ କାମନା କରି ୧୦୧ଟି ଛେଳି ବଳି ଦିଆଯାଇଛି । ଏଭଳି ଘଟଣା ହାଇଦ୍ରାବାଦର ବାଗ-ଏ-ଯାହାନାରାରେ ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ସେଠାକାର ବ୍ୟବସାୟୀମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ଏଥିରେ ଅଲ ଇଣ୍ଡିଆ ମଜଲିସ ଏ ଇତେହାଦୁଲ ମୁସସଲିମ (ଏଆଇଏମଆଇଏମ)ର ନେତା ତଥା ସ୍ଥାନୀୟ ବିଧାୟକ ଅହମଦ ବଲାଲା ଯୋଗ ଦେଇଥିଲେ । ଉତ୍ତରପ୍ରଦେଶର ମେରଠରୁ ଦିଲ୍ଲୀ ଯାଉଥିବା ସମୟରେ ସାଂସଦ ଓୱେସିସଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା। କିନ୍ତୁ ସାଂସଦଙ୍କ କୌଣସି କ୍ଷୟ କ୍ଷତି ହୋଇନଥିଲା।
ଫେବୃଆରୀ ୩ରେ ସାଂସଦଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ତାଙ୍କର ସୁରକ୍ଷା ଓ ଦୀର୍ଘାୟୁ ପାଇଁ ତାଙ୍କର ସମର୍ଥକମାନେ ପ୍ରାର୍ଥନା କରୁଛନ୍ତି । ଏହି ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅସଦୁଦ୍ଦୀନଙ୍କ ପାଇଁ ଜେଡ କ୍ୟାଟେଗୋରୀ ସୁରକ୍ଷା ବ୍ୟବସ୍ଥାକୁ ମଞ୍ଜୁରୀ ଦେଇଥିଲେ, କିନ୍ତୁ ସାଂସଦ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଏଆଇଏମଆଇଏମର ମୁଖ୍ୟ ତଥା ଲୋକସଭା ସାଂସଦ ଅସଦୁଦ୍ଦୀନ ଓୱେସି ଉତ୍ତରପ୍ରଦେଶର ମେରଠରୁ ନିର୍ବାଚନୀ ପ୍ରଚାର ସାରି ଦିଲ୍ଲୀ ଫେରିବା ସମୟରେ ତାଙ୍କ କାର ଉପରେ ଗୁଳି ମାଡ଼ ହୋଇଥିଲା । ହାପୁଡ଼ର ଏଏସପିଙ୍କ ଅନୁସାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବା ସହିତ ତାପାଖରୁ ଏକ ୯ଏମଏମର ପିସ୍ତଲ ଜବତ କରାଯାଇଛି ।
ପୋଲିସର ପଚରାଉଚୁରାରୁ ଗିରଫ ହୋଇଥିବା ଅଭିଯୁକ୍ତ ନିଜକୁ ବିଜେପି କର୍ମୀ କହିବା ସହିତ ହତ୍ୟା ଉଦ୍ଦେଶ୍ୟରେ ଅସଦୁଦ୍ଦୀନଙ୍କୁ ଗୁଳିମାଡ଼ କରିଥିବା କଥା ସ୍ୱୀକାର କରିଛି। ଆକ୍ରମଣ ପରେ ଏକ ନିର୍ବାଚନୀ ସଭାରେ ଓୱେସି କହିଛନ୍ତି ଯେଉଁମାନେ ମୋତେ ଆକ୍ରମଣ କରିଥିଲେ ସେମାନେ ଗାନ୍ଧୀଙ୍କୁ ହତ୍ୟା କରିଥିଲେ।

Spread the love