୮ ରନ କରି ବି ଇତିହାସ ରଚିଲେ ବିରାଟ କୋହଲି, ସଚିନଙ୍କୁ ପଛରେ ପକାଇଲେ

ଅହମ୍ମଦାବାଦ ୦୬।୦୨: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ମାତ୍ର ୪ଟି ବଲ୍ ଖେଳି ପାଭିଲିୟନ ଫେରିଛନ୍ତି।  ତଥାପି ସେ ନିଜ ନାମରେ ଇତିହାସ ରଚିଛନ୍ତି। ବିରାଟ କୋହଲି ଦୁନିଆର ପ୍ରଥମ ବ୍ୟାଟସମ୍ୟାନ ଭାବେ ୧୦୦ରୁ କମ ଇନିଂସରେ ଘରୋଇ ମାଟିରେ ୫ ହଜାର ଦ୍ରୁତ ଦିନିକିଆ ରନ ସଂଗ୍ରହ କରିବାର ରେକର୍ଡ କରିଛନ୍ତି।

ବିରାଟ କୋହଲି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୪ଟି ବଲ୍‌ରେ ୮ ରନ କରି ଆଉଟ୍ ହୋଇଛନ୍ତି। ହେଲେ ସେ ଦ୍ଵିତୀୟ ଚୌକା ମାରିବା ମାତ୍ରେ  ଘରୋଇ ମାଟିରେ ଦିନିକିଆ କ୍ରିକେଟ୍‌ରେ ଦ୍ରୁତ ୫ ହଜାର ରନ ପୂରା କରିବାରେ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ ହୋଇଛନ୍ତି। କୋହଲି ୯୬ଟି ଇନିଂସରେ ଏହି ସଫଳତା ହାସଲ କରିଥିବା ବେଳେ ଏହା ପୂର୍ବରୁ ଏହି ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା।

ସଚିନ ୧୨୦ଟି ଇନିଂସରେ ଘରୋଇ ମାଟିରେ ଦିନିକିଆରେ ୫୦୦୦ ରନ ପୂରଣ କରିଥିଲେ। ନିଜ ଘରୋଇ ମାଟିରେ ସର୍ବାଧିକ ରନ କରିବା ବ୍ୟାଟସମ୍ୟାନ ତାଲିକାରେ ସଚିନ ତେନ୍ଦୁଲକର ଆଗରେ ରହିଛନ୍ତି। ସଚିନ ଭାରତରେ ଦିନିକିଆ କ୍ରିକେଟ୍‌ରେ ୬୯୭୬ ରନ କରିଛନ୍ତି।  ୫୪୦୬ ରନ ସହିତ ରିକି ପଣ୍ଟିଂ ଦ୍ଵିତୀୟରେ ଅଛନ୍ତି। ଜ୍ୟାକ୍ସ କାଲିସ ଦକ୍ଷିଣ ଆଫ୍ରିକାରେ ନିଜର ଘରୋଇ ମାଟିରେ ୧୩୫ ଇନିଂସରୁ ୫୧୭୮ ରନ କରିଛନ୍ତି।

Spread the love