ମନୀଷ ଅନୁରାଗ ହତ୍ୟା ମାମଲା: ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଓରଫ୍ ଗୁଡୁ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଇନ୍‌ଫୋସିଟି ଥାନା ପୋଲିସ। ହତ୍ୟା ମାମଲାରେ ତଦନ୍ତକାରୀ ଅଧିକାରୀ ତଥା ଇନ୍‌ଫୋସିଟି ଥାନା ଆଇଆଇସି ସମିତା ମିଶ୍ର ଗିରଫ ୩ ଅଭିଯୁକ୍ତଙ୍କ ବିରୋଧରେ ଏସଡିଜେଏମ୍‌ଙ୍କ କୋର୍ଟରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛନ୍ତି।

ଅଭିଯୁକ୍ତମାନେ ହେଲେ, ମନୀଷଙ୍କ ସାଙ୍ଗ ତଥା ନୂଆପଲ୍ଲୀର ଅମ୍ରିତ ପ୍ରୀତମ ବିଶ୍ବାଳ, କନ୍ଧମାଳ ଅଁଳାପଡ଼ାର ଦୀନେଶ କୁମାର ମହାପାତ୍ର ଓ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଓରଫ୍ ମୁନା। ସେମାନଙ୍କ ବିରୋଧରେ ଆଇପିସି ଦଫା-୩୬୪ (ଏ) (ଟଙ୍କା ପାଇଁ ଅପହରଣ), ୩୦୨ (ହତ୍ୟା), ୨୦୧ (ପ୍ରମାଣ ନଷ୍ଟ), ୩୪ (ସମସ୍ତ ଅଭିଯୁକ୍ତଙ୍କ ଅପରାଧ ସମାନ)ରେ ଚାର୍ଜସିଟ୍ କରାଯାଇଥିବା ସୂଚନା ମିଳିଛି।
Spread the love