ରାତିରେ ଶୀଘ୍ର ନିଦ ହେଉନଥିଲେ ଖାଆନ୍ତୁ ଏହି ଗୋଟିଏ ଜିନିଷ

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ନିଦ ଜରୁରୀ। ରାତିରେ ଠିକ୍‌ ଭାବେ ନ ଶୋଇଲେ ତା’ ପର ଦିନ ଚିଡ଼ଚିଡ଼ା ଓ ମାନ୍ଦା ଲାଗେ। ଅଧିକାଂଶ ଲୋକଙ୍କ ଠାରେ ରାତିରେ ନିଦ ନ ହେବା ସମସ୍ୟା ଦେଖାଯାଏ। ସେହିପରି ଦିନରେ କିଛି ସମୟ ଶୋଇ ପଡ଼ିଲେ ବି ରାତିରେ ଆଉ ନିଦ ହୋଇନଥାଏ। ଦୀର୍ଘ ସମୟ ଧରି ଖଟରେ ଏପଟ ସେପଟ ହେବା ପରେ ନିଦ ଲାଗେ। ତେବେ ଏକ୍ସପର୍ଟଙ୍କ ମୁତାବକ, ଆପଣ ଶୋଇବା ପୂର୍ବରୁ କି କାମ କରୁଛନ୍ତି ତାହା ଉପରେ ନିଦ ନ ଆସିବା ନ ଆସିବା ନିର୍ଭର କରେ। କିନ୍ତୁ ଯଦି ଆପଣ ଶୋଇବା ପୂର୍ବରୁ କେବଳ ଗୋଟିଏ କାମ କରିବେ ତେବେ ଶୀଘ୍ର ନିଦ ଆସିବ। ଆସନ୍ତୁ ଜାଣିବା ଶୋଇବା ପୂର୍ବରୁ କି କାମ କଲେ ଜଲ୍‌ଦି ନିଦ ଆସେ…

ଏକ୍ସପର୍ଟଙ୍କ ମୁତାବକ, ଶୋଇବାର ୪ ଘଣ୍ଟା ପୂର୍ବରୁ କାର୍ବସ ଖାଇବା ଦ୍ୱାରା ଶୀଘ୍ର ନିଦ ଆସେ। ଏଣୁ ନିଦ ହେଉନଥିଲେ ଡିନରରେ କାର୍ବସ୍‌ ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ। ବିଛଣାକୁ ଯିବା ପୂର୍ବରୁ ଷ୍ଟାଚ୍‌ଯୁକ୍ତ କାର୍ବସ୍‌ ଖାଦ୍ୟ ଖାଇବା ଦ୍ୱାରା ଶୀଘ୍ର ନିଦ ଆସେ। ଭଲ ନିଦ ପାଇଁ ଆପଣ ଭୋଜନରେ ହ୍ଵାଇଟ୍‌ ବ୍ରେଡ୍‌, ହ୍ଵାଇଟ୍‌ ରାଇସ୍‌, ଆଳୁ, ଆଳୁ ଫ୍ରାଏ, ତରଭୁଜ, କେକ୍‌ ଓ କୁକିସ୍‌ ଆଦିକୁ ସାମିଲ କରିପାରିବେ। କିନ୍ତୁ ଡାଇବେଟିସ୍‌ ରୋଗୀ ଏସବୁ ଖାଦ୍ୟ ଠାରୁ ଦୂରେଇ ରହିବାକୁ ଏକ୍ସପର୍ଟ ମତ ଦେଇଛନ୍ତି।

ଶୀଘ୍ର ନିଦ ଆସିବାକୁ ଫଲୋ କରନ୍ତୁ ଏସବୁ ଟିପ୍ସ:

  • ରାତିରେ ଶୀଘ୍ର ଶୋଇବାକୁ ଚାହୁଁଥିଲେ, ଦିନରେ ଅଧିକ ସମୟ ଶୁଅନ୍ତୁ ନାହିଁ। ଯଦି ଅଧିକ ଦରକାର ହେଉଛି ତେବେ ୩୦ ମିନିଟ୍‌ ଶୋଇପାରନ୍ତି।
  • ରାତିରେ ଭଲ ନିଦ ଚାହୁଁଥିଲେ ବାରମ୍ବାର ଘଣ୍ଟା ଦେଖି ଗଣନ୍ତୁ ନାହିଁ ଯେ ଶୋଇବା ପାଇଁ ଆପଣଙ୍କ ପାଖରେ କେତେ ସମୟ ଅଛି। ଏହା ଫଳରେ ଟେନ୍ସନ୍‌ ବଢ଼ିବ ଓ ନିଦ ବି ହେବନି।
  • ଭଲ ନିଦ ପାଇଁ ରୁମ୍‌ର ତାପମାତ୍ରା ୬୦ରୁ ୬୭ ଡିଗ୍ରୀ ଫାରେନ୍‌ହାଇଟ୍‌ ମଧ୍ୟରେ ରଖନ୍ତୁ। ରୁମ୍‌ ଅଧିକ ଗରମ ଥିଲେ ଶରୀରର ତାପମାତ୍ରା ବି ବଢ଼ିଯାଏ। ଫଳରେ ନିଦ ଆସିବାକୁ ସମୟ ଲାଗେ।
Spread the love