ଭୋଟ ବାକ୍ସ ନେବାବେଳେ ଖୋଲିଯିବାରୁ ମତଦାନ କେନ୍ଦ୍ରରେ ଉତ୍ତେଜନା

ସୋର ୨୦/୦୨ : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବଳାଙ୍ଗ ପଞ୍ଚlୟତ ବଳାଙ୍ଗ ହାଇସ୍କୁଲରେ ୧୩ ନମ୍ବର ୱାର୍ଡର ଭୋଟ ବାକ୍ସ ଉଠାଇଲା ବେଳେ ଢାଙ୍କୁଣୀ ଖୋଲିଗଲା l ଭୋଟ ଦିଆଯାଇଥିବା ବାଲାଟ ପେପରକୁ ନୂଆ ଭୋଟ ବାକ୍ସରେ ନେବାକୁ ସ୍ଥାନୀୟ ଲୋକ ଦାବି କରିଥିଲେ l ଖବର ପାଇ ସୋର ତହସିଲଦାର ଅଶୋକ ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ଉପସ୍ଥିତିରେ କଡା ସୁରକ୍ଷା ସହିତ ଭୋଟ ଦିଆ ବାଲାଟ ପେପରକୁ ସେହି ପୁରୁଣା ବାକ୍ସରେ ପୁରାଇ ସିଲ କରିଦିଆଯାଇଥିଲା। ପରେ ପ୍ରଶାସନିକ ଅଧିକାରୀମାନେ ଭୋଟ ବାକ୍ସକୁ ନେଇଥିଲେ l

Spread the love