ଶାନ୍ତି ଫେରାଇ ଆଣିବାକୁ ମହାପ୍ରଭୁଙ୍କ ନିକଟରେ ଗୁହାରୀ କରୁଛନ୍ତି ରୁଷ ନାଗରିକ

ପୁରୀ : ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଚାଲିଛି। ଉଭୟ ଦେଶରୁ ଶତାଧିକ ସୌନିକଙ୍କ ମୃତ୍ୟୁ ଘଟିଛି। ଏପରି ସ୍ଥିତିରେ ଶାନ୍ତି ଫେରାଇ ଆଣିବାକୁ ମହାପ୍ରଭୁଙ୍କ ନିକଟରେ ଗୁହାରୀ କରୁଛନ୍ତି ରୁଷ ନାଗରିକ।

ସାତଦରିଆ ପାର ହୋଇ ଶ୍ରୀକ୍ଷେତ୍ର ଆସିଛନ୍ତି ରୁଷ ନାଗରିକ। ସେମାନେ ଶ୍ରୀମନ୍ଦିର ଭିତରକୁ ସିନା ଯାଇପାରିଲେ ନାହିଁ।

ହେଲେ ସିଂହଦ୍ୱାର ସମ୍ମୁଖରେ ଛିଡ଼ା ହୋଇ ମହାପ୍ରଭୁଙ୍କୁ ମାଗିଲେ ଶାନ୍ତିର ବାର୍ତ୍ତା। ଯଦିଓ ତାଙ୍କ ଭାଷା ପୂରା ବୁଝି ହେଉନି, କିନ୍ତୁ ସେମାନେ ଯୁଦ୍ଧକୁ ନାପସନ୍ଦ କରୁଛନ୍ତି।

ରୁଷ ନାଗରିକମାନେ ରତ୍ନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିଲେ ନାହିଁ। କିନ୍ତୁ ମହାପ୍ରସାଦ ପାଇ ନିଜକୁ କୃତ୍ୟ।କୃତ୍ୟ ହୋଇଛନ୍ତି। ବର୍ତ୍ତମାନ ଦୁଇ ଦେଶ ମୁହାଁମୁହିଁ ହୋଇଥିବା ବେଳେ ରୁଷର ଇସ୍କନ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦୁଆରେ ଶାନ୍ତି, ପ୍ରେମର ବାର୍ତ୍ତା ଦେଇଛନ୍ତି। ସେମାନେ ମଙ୍ଗୁମଠ ନିକଟରେ ବସିବା ସମୟରେ ଶ୍ରୀଜଗନ୍ନାଥ ସେନାର ଆବାହକ ତାଙ୍କୁ ଶାନ୍ତି ଓ ପ୍ରେମର ନିଦର୍ଶକ ଫୁଲ ପ୍ରଦାନ କରି ସ୍ୱାଗତ କରିଛନ୍ତି।

Spread the love