ଫିକି ମହିଳା ଅନୁଷ୍ଠାନ ଭୁବନେଶ୍ବରର ରୁଚି ଓ ଫ୍ରୋଜିଟ୍‌ ପରିଦର୍ଶନ

ଭୁବନେଶ୍ବର ୨୪/୨ : ଗୁରୁବାର ଭୁବନେଶ୍ବର ଫିକିମହିଳା ଅନୁଷ୍ଠାନ ଭୁବନେଶ୍ବରର କାର୍ଯ୍ୟକର୍ତ୍ତାମାନେ କଟକ ସ୍ଥିତ ଓଡ଼ିଶା  ୧ନଂ ମସଲାଉଦ୍ୟୋଗତଥା ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ପ୍ରତିଷ୍ଠାନ ରୁଚି ଓ ଫ୍ରୋଜିଟ୍‌ ପରିଦର୍ଶନରେ ଆସିଥିଲେ। ଫିକି ମହିଳା ଅନୁଷ୍ଠାନ ଭୁବନେଶ୍ବରର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ ଓ ୨୦୨୧-୨୨ର ଚାପ୍ଟର ଅଧ୍ୟକ୍ଷା ସୁନୀତା ମହାନ୍ତିଙ୍କ ନେତୃତ୍ବରେ୧୪ଜଣିଆ ମହିଳାଦଳ ଆଜି ଏହି ସ୍ବତନ୍ତ୍ର ଉଦ୍ୟୋଗ ପରିଦର୍ଶନରେ ଆସିଥିବା ବେଳେ ଫ୍ରୋଜିଟ୍‌ର ପ୍ରତିଷ୍ଠାତା ତଥା ରୁଚିର ନିର୍ଦ୍ଦେଶିକା ରଶ୍ମି ସାହୁଙ୍କ ଅଧ୍ୟକ୍ଷତାରେ ଫ୍ରୋଜିଟ୍‌ର କର୍ମକର୍ତ୍ତାମାନେ ସେମାନଙ୍କୁ ସ୍ବାଗତ କରିଥିଲେ

ଏହିଅବସରରେ ସେମାନେ ଫ୍ରୋଜିଟ୍‌ ଉଦ୍ୟୋଗ,ରୁଚିର ପାସ୍ତା ଉଦ୍ୟୋଗ ଏବଂ ଫ୍ରୋଜିଟ୍‌ ଆଉଟ୍‌ଲେଟ୍‌ ଆଦି ବୁଲି ଦେଖିବା ବେଳେ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ଶ୍ରୀମତୀ ସାହୁଙ୍କ ଠାରୁ ବିଭିନ୍ନ କଥା ଜାଣିଥିଲେ। ଏହା ପରେ ରୁଚି କର୍ପୋରେଟ୍‌ ଅଫିସରେ ରୁଚି ଓଫ୍ରୋଜିଟ୍‌ ସଂପର୍କିତ ବୃତ୍ତ  ଚିତ୍ର ଦେଖିଥିଲେ ଏବଂ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତକୁମାରସାହୁଙ୍କ ସହ ଆଲୋଚନା କରିଥିଲେ। ସମସ୍ତ କର୍ମକର୍ତ୍ତାମାନେ ରୁଚି ଓ ଫ୍ରୋଜିଟ୍‌ର ୪୭ବର୍ଷର ନିରନ୍ତର ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇବା ସହ ଡ.ସାହୁ ରୁଚି ପରିବାରର ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ। ଶେଷରେ ସମସ୍ତ ଫିକି ମହିଳା ଅନୁଷ୍ଠାନ ଭୁବନେଶ୍ବରର ସଦସ୍ୟା ମାନଙ୍କୁ  ରୁଚିର ନିର୍ଦ୍ଦେଶିକା  ଶ୍ରୀମତୀ ସଙ୍ଗୀତା ସାହୁ ଓ ସଲିନା ସାହୁ ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଶିଳ୍ପାଦାସ, ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ,ଦେବସ୍ମିତା ମିଶ୍ର,ସାଗନିକା ମହାପାତ୍ର ପ୍ରମୁଖ ପରିଚାଳନା କରିଥିବାବେଳେ ଚିଣ୍ଟୁମିଶ୍ର,ଉଲ୍ଲାସ ବେହୁରା,ସନ୍ତୋଷ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Spread the love