ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀ, ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ସହ ହେଲେ କଥା

ବାରାଣାସୀ,୦୩/୦୩:  ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀ ଗସ୍ତ କରିଛନ୍ତି। ବାରାଣସୀ ଏବଂ ୟୁପିର ଭିନ୍ନ ଭିନ୍ନ ସ୍ଥାନରେ ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀଙ୍କ କଥା ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ୟୁକ୍ରେନର ପଡୋଶୀ ଦେଶ ରୋମାନିଆ, ହଙ୍ଗେରୀ ଏବଂ ପୋଲାଣ୍ଡ ଦେଇ ସ୍ୱଦେଶ ଫେରାଇ ଅଣାଯାଉଛି।

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ବିଶେଷ ଦୂତ ଭାବେ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ୟୁକ୍ରେନର ୪ ପଡୋଶୀ ଦେଶକୁ ପଠାଯାଇଛି।

ବିଦେଶ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଯୁଦ୍ଧ ଆରମ୍ଭ ହେବା ସମୟରେ ପ୍ରାୟ ୨୦ ହଜାର ଭାରତୀୟ ଫସି ରହିଥିଲେ। ଏଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ସ୍ୱଦେଶ ଫେରାଇ ଅଣାଯାଇଛି।

Spread the love