ଏପ୍ରିଲ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ବର: ଦିନ ୧୨ଟାରେ ମାଟ୍ରିକ ପରୀକ୍ଷା ବିଷୟରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଏପ୍ରିଲ ୨୯ ତାରିଖରୁ ମେ ୬ ତାରିଖ ଯାଏଁ ପରୀକ୍ଷା ହେବ।ମହାମାରୀର ପ୍ରକୋପ କମିଥିବା ହେତୁ ଏଥର ମାଟ୍ରିକ୍ ପରୀକ୍ଷାଗୁଡ଼ିକ ପିଲା ପଢ଼ୁଥିବା ନିଜ ସ୍କୁଲରେ ଦେବେ। କିନ୍ତୁ, ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକ ମାନେ  ନିୟୋଜିତ ହେବେ। ଯେଉଁଠି ତାହା ସମ୍ଭବପର ହେବ ନାହିଁ ସେଠାରେ ପାଖ ସ୍କୁଲରେ ପିଲାମାନେ ପରୀକ୍ଷା ଦେବେ। ଏଥର ଅଫଲାଇନ୍ ମୋଡରେ ମାଟ୍ରିକ ପରୀକ୍ଷା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏଥର ତିନୋଟି ପଦ୍ଧତିରେ ପରୀକ୍ଷାର ଫଳାଫଳ ନିର୍ଦ୍ଧାରଣ କରାଯିବ ବୋଲି ସେ କହିଛନ୍ତି। ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଲାଗି ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ। ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ଛାତ୍ରଛାତ୍ରୀମାନଙ୍କ ଲାଗି ବାଧ୍ୟତାମୂଳକ ରହିଛି।ଏହି ଘୋଷଣା ପରେ ମାଟ୍ରିକ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ମନରେ ଥିବା ଦ୍ବନ୍ଦ୍ବ ଦୂର ହୋଇଛି।

Spread the love