ଗ୍ରୀଷ୍ମ ଋତୁରେ କୋଲେଷ୍ଟ୍ରାଲକୁ ନିୟନ୍ତ୍ରିତ

ଗ୍ରୀଷ୍ମ ଋତୁ ଆସିଲେ ଲୋକମାନଙ୍କୁ ଶରୀରର ଚିନ୍ତା ପଡ଼ିଯାଏ।ଆପଣମାନଙ୍କ ଚିନ୍ତାକୁ ଦୂର କରିବା ପାଇଁ ଆମେ ନେଇ ଆସିଛୁ ଏକ ଖୁସିର ଜାଣିବା କଥା।କିଛି ଡ୍ରିଙ୍କ ରହିଛି ଯାହା ଗ୍ରୀଷ୍ମ ଋତୁରେ ଶରୀରକୁ ସତେଜ ରଖିବା ସହିତ କୋଲେଷ୍ଟ୍ରାଲ କୁ ମଧ୍ୟ ନିୟନ୍ତ୍ରିତ କରିଥାଏ । କୋଲେଷ୍ଟ୍ରାଲ ବଢିବା ଦ୍ଵାରା ଶରୀର ରେ ବିଭିନ୍ନ ପ୍ରକାର ଅସୁବିଧା ଦେଖା ଦେଇଥାଏ। ଯେପରିକି ଏହା ବିଶେଷ ଭାବରେ ହାର୍ଟ ଉପରେ ଅଧିକ ପ୍ରଭାବ ପକାଇ ଥାଏ।

ଏହିସବୁ ପାନୀୟ କୋଲେଷ୍ଟ୍ରାଲ ସ୍ତର କୁ ନିୟନ୍ତ୍ରିତ କରିଥାଏ :

 ସୋୟା ମିଲ୍କ –

ସୋୟା ମିଲ୍କ ରେ ସଚୁରେଟେଡ ଫ୍ୟାଟ୍ ସ୍ତର କମ ରହିଥାଏ । ଏହା ସାଧାରଣ ଦୁଗ୍ଧ ଠାରୁ କୋଲେଷ୍ଟ୍ରାଲ କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ।

 ଓଟ୍ସ ମିଲ୍କ –

ଓଟ୍ସ ମିଲ୍କ କୋଲେଷ୍ଟ୍ରଲ ସ୍ତର କୁ ନିୟନ୍ତ୍ରିତ କରିବାରେ ସଫଳ ହୋଇଥାଏ । ଏଥିରେ ବିଟା ଗ୍ଲୁକୋଜ ନାମକ ତତ୍ତ୍ଵ ରହିଥାଏ।ଯାହା ବଏଲ୍ ସଲ୍ଟ ସହିତ ମିଶି ଗୋଟିଏ ଜେଲ୍ ଭାବରେ ଅନ୍ତ୍ କୋଷରେ କୋଳେଷ୍ଟ୍ରାଲ କୁ ନିୟନ୍ତ୍ରିତ କରିବାରେ ସକ୍ଷମ ହୋଇଥାଏ ।

 ଗ୍ରୀନ ଟି –

ଗ୍ରୀନ ଟି ରେ ଆଣ୍ଟି ଅକ୍ସିଡ଼ାଣ୍ଟ ଅଧିକ ରହିଥାଏ । ଗ୍ରୀନ ଟି ପିଇବା ଦ୍ଵାରା ଏଲ୍ ଡି ଏଲ ସ୍ତର ଓ କୋଲେଷ୍ଟ୍ରାଲ ସ୍ତର କୁ ନିୟନ୍ତ୍ରିତ କରିଥାଏ। ବ୍ଲାକ ଟି ମଧ୍ୟ କୋଲେଷ୍ଟ୍ରାଲ ସ୍ତର କୁ ନିୟନ୍ତ୍ରିତ କରେ ।

 ଟମାଟୋ ରସ  –

ଟମାଟୋ ରେ ଲାଇକୋ ପିନ୍ ନାମକ ତତ୍ତ୍ଵ ରହିଥାଏ। ଯାହା ଗୋଟିଏ ଆଣ୍ଟି ଅକ୍ସିଡ଼ାଣ୍ଟ ଅଟେ । ଯାହା ରକ୍ତ କୋଷିକା ଗୁଡ଼ିକୁ କ୍ଷତି ହେବାରୁ ରକ୍ଷା କରିଥାଏ। ଏଥିରେ ନୀୟସିନ ରହିଥିବା କାରଣରୁ କୋଲେଷ୍ଟ୍ରାଲ ସ୍ତର ନିୟନ୍ତ୍ରିତ ହୋଇଥାଏ ।

Spread the love