ହୋଲି ରଙ୍ଗ ଛଡ଼ାଇବାକୁ ଚାହୁଁଛନ୍ତି କି? ତାହାଲେ ଆପଣାନ୍ତୁ ଏହି ଉପାୟ

ହୋଲିକୁ ରଙ୍ଗର ପର୍ବ କୁହାଯାଏ। ଏଣୁ ଏହି ଦିନ ରଙ୍ଗଠାରୁ ରକ୍ଷା ପାଇବା ଅସମ୍ଭବ। ଥରେ ରଙ୍ଗ ଲାଗିବା ପରେ ତାକୁ ଛଡ଼ାଇବାକୁ ଭାରି କଷ୍ଟ କରିବାକୁ ପଡ଼େ। ବେଳେବେଳେ ହୋଲି ରଙ୍ଗ ଛଡ଼ାଇବା ସମୟରେ ଲୋକମାନେ ନିଜ ଚର୍ମକୁ ଜୋରରେ ଘଷି ଦେଇଥାନ୍ତି। ଫଳସ୍ୱରୂପ ରଙ୍ଗ ଛାଡ଼ିବା ସହ ମଳି ଚର୍ମ ବି ଉଠିଯାଏ। ସେହିପରି ଏହା ଯୋଗୁ ଖଣ୍ଡିଆ ବି ହେବା ସମ୍ଭାବନା ରହିଛି। କିନ୍ତୁ ଯଦି ଏହି ସମୟରେ କିଛି ଟ୍ରିକ୍‌ ଆପଣାଇବେ ତେବେ ସହଜରେ ଶରୀରର କିଛି କ୍ଷତି ନ କରି ହୋଲି ରଙ୍ଗ ଛଡ଼ାପାରିବେ। ଆସନ୍ତୁ ଜାଣିବା ହୋଲି ରଙ୍ଗ ଛଡ଼ାଇବା ବେଳେ କି କି ବିଷୟ ପ୍ରତି ଧ୍ୟାନ ଦେବେ…

ତ୍ୱଚାକୁ ରଗଡ଼ନ୍ତୁ ନାହିଁ:

ହୋଲି ରଙ୍ଗ ଛଡ଼ାଇବା ପାଇଁ ତ୍ୱଚାକୁ ଘଷିବା ଜରୁରୀ। କିନ୍ତୁ କିଛି ଲୋକ ଅଧିକ ସମୟ ଯାଏଁ ଜୋର୍‌ରେ ରଗଡ଼ିକି ଦେହକୁ ଘଷିଥାନ୍ତି। ଏହା ଦ୍ୱାରା ଶୀଘ୍ର ରଙ୍ଗ ଛାଡ଼ିଯିବ ବୋଲି ସେମାନେ ଭାବିଥାନ୍ତି। କିନ୍ତୁ ପ୍ରକୃତରେ ସେମିତି ହୋଇନଥାଏ। ଥରକରେ ହୋଲିର ରଙ୍ଗ ଛାଡ଼ିବା ସମ୍ଭବ ନୁହେଁ। ଧୀରେ ଧୀରେ କିଛି ଦିନ ପରେ ଗାଧୁଆ ପାଧୁଆ କଲେ ରଙ୍ଗ ଆପେ ଛାଡ଼ିଯିବ।

ସିଧାସଳଖ ଲେମ୍ବୁ ରସ ଲଗାନ୍ତୁ ନାହିଁ:

କିଛି ଲୋକ ଲେମ୍ବୁ ରସ ବ୍ୟବହାର କରି ହୋଲି ରଙ୍ଗ ଛଡ଼ାଇ ଥାନ୍ତି। ଏହାକୁ ଏକ ପ୍ରକାରର ଦେଶୀ ଉପାୟ ବୋଲି କୁହାଯାଏ। କିନ୍ତୁ ଏକ୍ସପର୍ଟଙ୍କ ଅନୁସାରେ, ସିଧାସଳଖ ଚର୍ମରେ ଲେମ୍ବୁ ରସ ଲଗାଇବା ଉଚିତ୍‌ ନୁହେଁ। ଏହା ଦ୍ୱାରା ତ୍ୱଚା ଖରାପ ହେବା ଆଶଙ୍କା ରହିଛି। ଏଣୁ ଏମିତି ଲେମ୍ବୁ ବ୍ୟବହାର କରନ୍ତୁ ନାହିଁ।

ଲୁଗାଧୁଆ ସାବୁନ୍‌ ଲଗାନ୍ତୁ ନାହିଁ:

ଶୀଘ୍ର ରଙ୍ଗ ଛାଡ଼ିଯିବ ଭାବି କିଛି ଲୋକ ଲୁଗା ଧୁଆ ସାବୁନ ବି ବ୍ୟବହାର କରିଥାନ୍ତି। କିନ୍ତୁ ଏମିତି ଭୁଲରେ ବି କରନ୍ତୁ ନାହିଁ। ଏହା ଦ୍ୱାରା ତ୍ୱଚାର ଚମକ ଚାଲିଯିବା ଆଶଙ୍କା ରହିଛି। ଏଥିରେ ଥିବା କେମିକାଲ ତ୍ୱଚାକୁ ରୁକ୍ଷ କରିଦିଏ। ଏଣୁ ଲୁଗା ଧୁଆ ସାବୁନ ବ୍ୟବହାର କରନ୍ତୁ ନାହିଁ।

Spread the love