ପାହାଡରେ ପିଟିହେଲା ବିମାନ; ଥିଲେ ୧୩୩ ଯାତ୍ରୀ

ଚୀନରେ ବଡ ଧରଣର ବିମାନ ଦୁର୍ଘଟଣା । ବୋଇଂ ୭୩୭ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା । ଏହି ବିମାନରେ ପ୍ରାୟ ୧୩୩ ଯାତ୍ରୀ ଥିଲେ । ତେବେ କାହାର ମୃତାହତ ନେଇ କୌଣସି ସୂଚନା ମିଳିପାରିନି । ପାହାଡରେ ପିଟିହେବା ପରେ ବିମାନରେ ଲାଗିଯାଇଥିଲା ନିଆଁ । ଫଳରେ ବଡ ଦୁର୍ଘଟଣା ଘଟିଛି । ସୂଚନା ଥାଉକି, ବିମାନଟି କୁମିଂରୁ ଗୁଆଁଝୋଁ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଗୁଆଙ୍ଗସି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।

MU 5735 ବିମାନ ଦକ୍ଷିଣ-ପଶ୍ଚିମ ଚାଇନାର ୟୁନାନ ପ୍ରଦେଶର କୁନମିଙ୍ଗ ସହରର ଚାଙ୍ଗସୁଇ ବିମାନବନ୍ଦରରୁ ଦିନ ୧ଟା ୧୫ରେ ଉଡାଣ ଭରିଥିଲା । ଏହା ଗୁଆଙ୍ଗଡୋଙ୍ଗ୍ ପ୍ରଦେଶର ଗୁଆଙ୍ଗଜୋରେ ୩ଟା ସୁଦ୍ଧା ପହଞ୍ଚିବା ଥିଲା । କିନ୍ତୁ ଏହା ପୂର୍ବରୁ ଦୁର୍ଘଟଣା ଘଟିଥିଲା । ନ୍ୟୁଜ୍ ଏଜେନ୍ସି ଜିନହୁଆ ଅନୁଯାୟୀ, ବିମାନଟି ଦୁର୍ଘଟଣାଗ୍ରସ୍ତ ସ୍ଥାନକୁ ଉଦ୍ଧାରକାରୀ ଦଳ ଦ୍ରୁତ ଗତିରେ ଯାଉଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ବିମାନଟି ମାତ୍ର ସାଢେ ଛଅ ବର୍ଷ ପୁରୁଣା ଥିଲା।

Spread the love