ପୁରୀରେ ପହଞ୍ଚିଲା ଦ୍ଵିତୀୟ ପର୍ଯ୍ୟାୟ ରଥ କାଠ, ନୟାଗଡ଼ ବନଖଣ୍ଡରୁ ଆସିଲା ଅସନ ଓ ଧଉରା କାଠ

ପୁରୀ ୨୩/୦୩: ପୁରୀରେ ପହଞ୍ଚିଲା ଦ୍ଵିତୀୟ ପର୍ଯ୍ୟାୟ ରଥ କାଠ। ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ଆସି ରଥ ଖଳାରେ ପହଞ୍ଚିଛି। ୧୮ ଖଣ୍ଡ ମଧ୍ୟରୁ ୧୨ ଫୁଟର ଅସନ ଓ ଧଉରା ୫ ଖଣ୍ଡ ସହ ୨୦ ଫୁଟ ଲମ୍ବର ଅସନ ଓ ଧଉରା ୧୩ ଖଣ୍ଡ କାଠ ଆସି ପହଞ୍ଚିଛି ।

ତେବେ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତ ବର୍ଷ ୮୦ ଖଣ୍ଡ କାଠ ବଳକା ରହିଛି। ରଥ ନିର୍ମାଣ ପାଇଁ ମୋଟ ଆଉ ୭୮୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ବର୍ତମାନ ସୁଦ୍ଧା ୮୧ ଖଣ୍ଡ କାଠ ରଥ ଖଳାରେ ପହଞ୍ଚି ସାରିଛି। ଆଉ ବଳକା ୭୦୪ ଖଣ୍ଡ କାଠ ଖୁବ ଶୀଘ୍ର ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଆସି ପହଞ୍ଚିବ।

Spread the love