ଧନର ଅଭାବ ଅଛି କି ଆପଣାନ୍ତୁ ଏହି ଉପାୟ…

ପ୍ରତ୍ୟେକ ବ୍ୟକ୍ତି ଟଙ୍କା ଦି ପଇସା ରୋଜଗାର ପାଇଁ କଡ଼ା ପରିଶ୍ରମ କରନ୍ତି। ଆମ ଭିତରୁ କେହି କେହି ସକାଳୁ ରାତି ପର୍ଯ୍ୟନ୍ତ ଖଟନ୍ତି। କେବଳ ଏଥିପାଇଁ ସେ ଏବଂ ତାଙ୍କ ପରିବାର ଖୁସିରେ ଜୀବନ ଜିଇଁ ପାରନ୍ତୁ। କିନ୍ତୁ କେବେ କେବେ କଡ଼ା ପରିଶ୍ରମ ପରେ ବି ଆଶାନୁରୂପ ଫଳ ପ୍ରାପ୍ତି ହୋଇ ନ ଥାଏ, ଯାହାକୁ ନେଇ ମଣିଷ ନିରାଶ ଓ ହତାଶ ହୋଇପଡ଼େ। ଏମିତିରେ ଆଜି ଆମେ ଆପଣଙ୍କୁ ୭ଟି ସହଜ ଉପାୟ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ସପ୍ତାହକ ୭ ଦିନ ଲାଭ ପ୍ରଦାନ କରି ପାରିବ।

ତୁଳସୀ: ଘରେ ତୁଳସୀ ଗଛ ନିଶ୍ଚୟ ଲଗାନ୍ତୁ। ଏହାକୁ ପୂର୍ବ, ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ। କୁହନ୍ତି, ତୁଳସୀକୁ ନିୟମିତ ସ୍ପର୍ଶ କରିବା ଦ୍ୱାରା ଶରୀର ପବିତ୍ର ରୁହେ। ପ୍ରଣାମ କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ। ତୁଳସୀ ଦର୍ଶନ କରିବା ଦ୍ୱାରା ପାପ ନାଶ ହୋଇଥାଏ।

ଝୁଣା: ଘର ଏବଂ ଅଫିସ୍‌ରୁ ନକାରାତ୍ମକତା ଦୂର କରିବା ପାଇଁ ମଙ୍ଗଳବାର, ଗୁରୁବାର ଓ ଶନିବାର ଗୋବର ଘଷିରେ ଝୁଣା ଏବଂ ଗୁଗୁଳ ଜଳାନ୍ତୁ। ଘରେ ଏହାର ଧୂଅାଁ ଦିଅନ୍ତୁ।

ସୋରିଷ ତେଲ ଦୀପ: ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ ଘରର ମୁଖ୍ୟଦ୍ୱାର ଏବଂ ଅଶ୍ୱତ୍‌ଥ ଗଛ ତଳେ ସୋରିଷ ତେଲର ଦୀପ ଜଳାନ୍ତୁ। ଘର ଏବଂ ଗଛ ଚାରିପଟେ ୩ ଥର ପରିକ୍ରମା କରନ୍ତୁ।

ଦାନ: ପ୍ରତ୍ୟେକ ଦିନ ନିଜ କ୍ଷମତା ଅନୁସାରେ କିଛି ନା କିଛି ଜିନିଷ ଅବଶ୍ୟ ଦାନ କରନ୍ତୁ।

ଦରମା: ପ୍ରତ୍ୟେକ ମାସରେ ନିଜ ଦରମାର କିଛି ଭାଗ ଭଗବାନଙ୍କ ମନ୍ଦିରରେ ଦିଅନ୍ତୁ।

ରକ୍ଷା ସୂତା ଦୀପ: ଯେତେବେଳେ ବି ମନ୍ଦିରରେ ଦୀପ ଜଳାଇବେ, ତ ସେହି ଦୀପରେ ରକ୍ଷା ସୂତା ପକାନ୍ତୁ। ଏହାଦ୍ୱାରା ଧନ ଆକର୍ଷିତ ହୋଇଥାଏ ଏବଂ ଧନର ଦେବୀ ମା’ ଲକ୍ଷ୍ମୀ ପ୍ରସନ୍ନ ରୁହନ୍ତି।

ଧଳା ମିଠା: ମା’ ଲକ୍ଷ୍ମୀଙ୍କର ଧଳା ରଙ୍ଗ ଅତ୍ୟନ୍ତ ପ୍ରିୟ। ଶୁକ୍ରଦିନ ଦିନ ଧଳା ରଙ୍ଗର ମିଠା ଭୋଗ ଅବଶ୍ୟ ଲଗାନ୍ତୁ।

Spread the love