ମାର୍ଚ୍ଚ ୨୮ରୁ ଖୋଲିବ ଅଙ୍ଗନୱାଡି

ଭୁବନେଶ୍ୱର :  ମାର୍ଚ୍ଚ ୨୮ ତାରିଖରୁ ରାଜ୍ୟରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବ। ଏନେଇ ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି।ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ସହ ରାଜ୍ୟରେ ବିଶ୍ୱ ବିଦ୍ୟାଳୟ,ମହାବିଦ୍ୟାଳୟ,ବିଦ୍ୟାଳୟ ଖୋଲିଯାଇଛି।

 ସକାଳ ୭ଟା୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ଅଙ୍ଗନୱାଡି । ଏହାସହ କୌଣସି ଅଞ୍ଚଳରେ କିଛି ସମସ୍ୟା ଥିଲେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ। ସମସ୍ତ ଅଙ୍ଗନୱାଡି କର୍ମୀ ସମ୍ପୂର୍ଣ୍ଣ କୋଭିଡ ଟିକା ନେଇଥିବା ବାଧ୍ୟତାମୂଳକ। ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟିକା ନେଇ ନଥାଆନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Spread the love