ଡିସିପି ଅଫିସରେ ଡିଜିଟାଲ କଣ୍ଟ୍ରୋଲ ରୁମ

ଭୁବନେଶ୍ୱର ୨୪/୦୩ : ରାଜ୍ୟରେ ଆଜି ଅନୁଷ୍ଠିତ ହେଉଛି ପୌର ଭୋଟ୍ । ବେଶ୍‌ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ଭୋଟଦାନ ଜାରି ରହିଛି । ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ଚାଲିଛି ଭୋଟ୍ ଗ୍ରହଣ ।

କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ଚାଲିଛି ମତଦାନ । ତେବେ ପୌର ନିର୍ବାଚନ ପାଇଁ ଡିସିପି ଅଫିସରେ ଡିଜିଟାଲ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ଓଡିଶା ସ୍ପେସ ରିସର୍ଚ୍ଚ ଆପ୍ଲିକେସନ ସହାୟତାରେ ମ୍ୟାପିଂ ଟେକ୍ନୋଲୋଜି ବ୍ୟବହାର କରାଯାଇ ନିର୍ବାଚନର ମନିଟରିଂ କରୁଛି ପୋଲିସ ।

ଏହାସହ ବୁଥରେ ମୁତୟନ ହୋଇଥିବା ପୋଲିସ ଅଧିକାରିଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଛି । ବୁଥରେ ଥିବା ପୋଲିସ କର୍ମଚାରୀ ମାନଙ୍କ ଲୋକେସନ ସ୍ପଷ୍ଟ ହେଉଛି । ବୁଥଗୁଡିକର ସ୍ଥିତି କିଭଳି ରହିଛି ତାହାର ମଧ୍ୟ ଏହି ଆପ ମାଧ୍ୟମରେ ମଧ୍ୟ ଜାଣି ପାରିବ ପୋଲିସ ।

Spread the love