ମାଗଣା ରେସନ ବିତରଣ ଟଳିଲା, ଜାଣନ୍ତୁ ଆଗାମୀ ତାରିଖ କେବେ?

ନୂଆଦିଲ୍ଲୀ ୨୪।୩: ସାରା ଦେଶରେ ସରକାର ଗତ ୨୦୨୧ ମସିହାରୁ ନିହାତି ଆବଶ୍ୟକ କରୁଥିବା ପରିବାରଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ  ମାଗଣା ରେସନ ବିତରଣ କରିଆସୁଛନ୍ତି। ଏପରି ମାଗଣା ରେସନର ଅବଧି ଚଳିତମାସରେ ଶେଷ ହେଉଥିବା ବେଳେ ବିତରଣ ତାରିଖ ପୁଣି ଟଳିଛି। ତେଲ ଓ ଲୁଣ ପହଞ୍ଚି ପାରିନଥିବାରୁ ମାର୍ଚ୍ଚ ୨୮ ତାରିଖରେ ରେସନ ବିତରଣ ହେବ ବୋଲି ଘୋଷଣା କରାଯାଇଛି।

କୋଭିଡ-୧୯ ଯୋଗୁ ଲକଡାଉନ କାରଣରୁ ଅନେକ ଲୋକ ଜୀବିକା ହରାଇଥିଲେ। ଏଥିରେ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡରେ ପ୍ରତି ପରିବାରଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ, ଗହମ ସାଙ୍ଗକୁ ଚଣା ଯୋଗାଇ ଦେଉଥିଲେ। ଏଥିରେ କେତେକ ରାଜ୍ୟରେ ସରକାର ଲୁଣ ଓ ତେଲ ମଧ୍ୟ ନିଶୁଳ୍କ ବିତରଣ କରୁଛନ୍ତି। ଯେଉଁ ରାଜ୍ୟମାନଙ୍କରେ ତେଲ ଓ ଲୁଣ ପ୍ରାବଧାନ ରହିଛି ସେଠାରେ ଏହି ଦୁଇ ସାମଗ୍ରୀ ପହଞ୍ଚି ପାରିନଥିବାରୁ ବିତରଣ ବାଧିତ ହୋଇଛି।

ନିଶୁଳ୍କ ରେସନ ବିତରଣ ଯୋଜନାରେ ମାର୍ଚ୍ଚ ୨୩ ତାରିଖକୁ ବିତରଣ ଦିନ ଧାର୍ଯ୍ୟ ଥିଲା। ତେବେ ସାମଗ୍ରୀ ଉପଲବ୍ଧ ନଥିବା ଯୋଗୁ ବିତରଣ ଦିନାଙ୍କ ପରିବର୍ତ୍ତନ କରାଯାଇଛି। ଏହି ରେସନ ବିତରଣରେ ଅନ୍ତୋଦ୍ୟୟ କାର୍ଡଧାରୀଙ୍କୁ ମଧ୍ୟ ରେସନ ବିତରଣ କରାଯିବ। ଏଥିରେ ସେମାନେ ୩୫ କେଜି (୧୫ କେଜି ଚାଉଳ ଓ ୨୦ କେଜି ଗହମ) ଖାଦ୍ୟ ଶସ୍ୟ ପାଇପାରିବେ। ସେହିପରି ହିତାଧିକାରୀ ଗୃହସ୍ଥୀଙ୍କୁ ପ୍ରତି ୟୁନିଟ୍ ୫ କେଜି ଖାଦ୍ୟ ଶଶ୍ୟ ସମେତ ୧ ଲିଟର ଖାଇବା ତେଲ ଓ ୧ କେଜି ଲୁଣ ମାଗଣା ମିଳିବ।

ଦ୍ୱିତୀୟବାର ବିତରଣ ତାରିଖ ଧାର୍ଯ୍ୟ ହେବା ପରେ ମାର୍ଚ୍ଚ ୨୮ ତାରିଖ ଦିନ ଓଟିପି ମାଧ୍ୟମରେ ମଧ୍ୟ ରେସନ ବିତରଣ କରାଯିବ। ଯେଉଁ କାର୍ଡ ଧାରୀଙ୍କ ଆଙ୍ଗୁଳି ଛାପ ସ୍କାନ ନ ହୋଇପାରୁଛି ସେମାନଙ୍କୁ ଓଟିପି ମାଧ୍ୟମରେ ରେସନ ବିତରଣ କରାଯାଉଛି। ଏ କ୍ଷେତ୍ରରେ ସେମାନେ ମଧ୍ୟ ସେହି ଦିନ ଅର୍ଥାତ ମାର୍ଚ୍ଚ ୨୮ ତାରିଖ ଦିନ ସେମାନଙ୍କର ଶେଷ ନିଶୁଳ୍କ ରେସନ କୋଟା ଉଠାଣ କରିବେ।

Spread the love