ସ୍ୱାଧୀନତା ଦିବସ: ଗଳି କନ୍ଦିରେ ଜଗିଛନ୍ତି ସୁରକ୍ଷାକର୍ମୀ

ଦେଶ 73ତମ ସ୍ୱାଧୀତନା ଦିବସ ପାଳନ କରିବ । ଏହି ଉତ୍ସବକୁ ହର୍ଷଉଲ୍ଲାସ ଏବଂ ଶାନ୍ତିର ସହ ପାଳନ କରିବା ପାଇଁ ଦେଶର ରାଜଧାନୀ ସହିତ ସବୁ ରାଜ୍ୟର ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦିଲ୍ଲୀ ପୁଲିସ ପକ୍ଷରୁ ଲାଲ କିଲ୍ଲାର ସୁରକ୍ଷା ପାଇଁ ଚେହେରା ଚିହ୍ନି ପାରୁଥିବା ସପ୍ଟୱେୟରରେ ଭରପୁର ଥିବା କ୍ୟାମେରା ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଛି । ଅଧିକାରୀମାନେ ବୁଧବାର ଦିନ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲ କିଲ୍ଲାଠାରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବେ ।  ଜାମ୍ମୁ କାଶ୍ମୀରରୁ ଧାରା 370କୁ ଉଚ୍ଛେଦ କରିବା ନିଷ୍ପତି ଏବଂ ପାକିସ୍ତାନ ସହ ଜାରି ରହିଥିବା ତିକ୍ତ ସମ୍ପର୍କକୁ ନଜରରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷାରେ ସ୍ୱାର୍ଟ କମାଣ୍ଡୋ ଏବଂ ଏନଏସଜୀ ସ୍ନାଇପରଙ୍କୁ ମୁତୟନ କରାଯାଇଛି । ସେନା, ଅର୍ଦ୍ଧସାମରିକ ବଳ ଏବଂ ଦିଲ୍ଲୀ ପୋଲିସର 20 ହଜାର ଯବାନଙ୍କୁ ମୁତୟନ କରାଯାଇଛି । ସନ୍ଦିଗ୍ଧକୁ ଧରିବା ପାଇଁ ପୋଲିସ ଅତ୍ୟାଧୁନିକ ଚେହେରା ଚିହ୍ନିବା କ୍ୟାମେରା ବ୍ୟବାହର କରିବ । ଆକାଶ ମାର୍ଗକୁ ସୁରକ୍ଷିତ କରିବା ପାଇଁ ଆଣ୍ଟି-ଡ୍ରୋନ ଡିଟେକ୍ସନ ସିଷ୍ଟମ ମୁତୟନ କରାଯାଇଛି ।

କଡା ସୁରକ୍ଷା ବଳୟରେ ପଞ୍ଜାବ, ହରିୟାଣା

ପଞ୍ଜାବ ଏବଂ ହରିୟାଣାରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡା କରାଯାଇଛି । ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଯାଇଛି  ଏହାସହ ରାଜ୍ୟ ବାହାର ଗାଡି ଗୁଡିକର ଯାଞ୍ଚ କରାଯାଉଛି । ସେହିପରି କେନ୍ଦ୍ର ଶାସିକ ରାଜ୍ୟ ଚଣ୍ଡିଗଡରେ ମଧ୍ୟ ସରୁକ୍ଷା ବ୍ୟବସ୍ଥାକୁ ଅଧିକ କରାଯାଇଛି । ଅଧିକାରୀଙ୍କ ସୂଚନା ଅନୁସାରେ ଅଗଷ୍ଟ 15ର ଆୟୋଜନ ସ୍ଥଳରେ ବ୍ୟପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ଜାମ୍ମୁ କାଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା

ଜାମ୍ମୁରୁ ମିଳିଥିବା ଖବର ଅନୁସାରେ, ସ୍ୱାଧୀନତା ଦିବସ ସମାରୋହ ପୂର୍ବରୁ ସେନା ଏବଂ ବିଏସଏଫ ପକ୍ଷରୁ ଭାରତ-ପାକିସ୍ତାନ ସୀମା ପାଖାପାଖି କଡା ସୁରକ୍ଷା ଶକ୍ତ କରାଯାଇଛି। ଜାମ୍ମୁ କ୍ଷେତ୍ରର ଅଧିକାଂଶ ଅଞ୍ଚଳରେ ପୁଲିସ ସତର୍କତା ଅବଲମ୍ୱନ କରିଛି ଏବଂ ସହରରେ ଯାଞ୍ଚକୁ ତ୍ୱରିତ କରାଯାଇଛି । 370କୁ ଉଚ୍ଛେଦ କରିବା ପରେ ଏହା ପ୍ରଥମ ସ୍ୱାଧୀନତା ଦିବସ । ଏହାସହ ରାଜ୍ୟର ସମସ୍ତ ଅଞ୍ଚଳରତୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । 

ମୁମ୍ୱାଇ ଏବଂ କୋଲକାତାରେ କଡା ସୁରକ୍ଷା ବ୍ୟବସ୍ଥା

ସେହିପରି ମୁମ୍ୱାଇରେ ମଧ୍ୟ ସ୍ୱାଧୀନତା ଦିବସ ସମାରୋହକୁ ନଜରରେ ରଖି 40,000ରୁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ମାହାରଷ୍ଟ୍ରରେ ଆଇନ ବ୍ୟବସ୍ଥାକୁ ସମାନ୍ୟ ରଖିବା ପାଇଁ ଆଲର୍ଟ ଜାରି କରାଯାଇଛି । ପୁଲିସ ଅଧିକାରୀ ନେଇ ସୂଚନା ଦେଇଛନ୍ତି । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଛି । କୋଲକାତା ଆଖପାଖ ଅଞ୍ଚଳ ସହ ରାଜ୍ୟର ଜିଲ୍ଲା ଗୁଡିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଲକାତା ପୁଲିସଙ୍କ ସୂଚନା ଅନୁସାରେ ସହରକୁ ପ୍ରଦେଶର କରୁଥିବା 23ଟି ସ୍ଥାନରେ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଏହାସହ ସହର ଏବଂ ଏହାର ଆଖାପାଖ ଅଞ୍ଚଳରେ ଥିବା ହୋଟେଲ, ଗେଷ୍ଟ ହାଉସ ଏବଂ ଲଡଜ ଉପରେ ନଜର ରଖାଯାଇଛି, ଯେପରି କେହି ସୁନିଶ୍ଚିତ ପରିଚୟ ବିନା ଯେପରି ରହି ପାରିବନି ।

Spread the love