ରକ୍ତଚାପକୁ ନିୟନ୍ତ୍ରଣ କରେ ପଇଡ଼ ପାଣି
ନୂଆଦିଲ୍ଳୀ : ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର । ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ଶରୀରରେ ଜଳିୟଅଶର ଅଭାବ ଦେଖାଯାଏ, ସେତେବେଳେ ପଇଡ ପାଣି ପିଇବା ନିହାତି ଆବଶ୍ୟକ । ପଇଡ ପାଣି ପିଇବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ଏବଂ ଯକୃତ ସୁସ୍ଥ ରହେ। ପଇଡ ପାଣିର ପ୍ରଚୁର ପରିମାଣ ପିଇବା ଦ୍ବାରା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମିଳିଥାଏ। ପ୍ରତିଦିନ ପଇଡ ପାଣି ପିଇବା ଦ୍ୱାରା ଶରୀରରୁ ଅନେକ ପ୍ରକାରର ବିଷାକ୍ତ ପଦାର୍ଥ ବାହାରିଥାଏ । ଏହା ସହ ହାର୍ଟକୁ ସୁସ୍ଥ ରଖେ ଏବଂ ରକ୍ତଚାପ ନିୟନ୍ତ୍ରଣ କରିଥାଏ।
୧-ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ – ଯଦି ଆପଣ ଦିନକୁ ଥରେ କିମ୍ବା ଦୁଇଥର ପଇଡ ପାଣି ପିଅନ୍ତି, ତେବେ ଏହା ଆପଣଙ୍କ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ନଡ଼ିଆ ପାଣିରେ ପୋଟାସିୟମ୍ ଭରପୂର ମାତ୍ରାରେ ରହିଥାଏ । ଯାହା ରକ୍ତଚାପକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିଥାଏ ।
୨-ହାର୍ଟ ପାଇଁ ଉପକାରୀ- ପଇଡ ପାଣି କୋଲେଷ୍ଟ୍ରଲ ଏବଂ ଟ୍ରାଇ-ଗ୍ଲାଇସେରାଇଡ୍ ସ୍ତରକୁ ହ୍ରାସ କରିଥାଏ । ଏହାକୁ ନିୟମିତ ପିଇଲେ ରକ୍ତ ଜମାଟ ବାନ୍ଧିବା ଏବଂ ହୃଦଘାତ କିମ୍ବା ଷ୍ଟ୍ରୋକ ହେବାର ଆଶଙ୍କା କମିଯାଏ।
୩- ଓଜନ ହ୍ରାସ କରେ- ପଇଡରେ ଅନ୍ୟ ରସ ଅପେକ୍ଷା ଚିନି ଏବଂ କାର୍ବୋହାଇଡ୍ରେଟ୍ ବହୁତ କମ୍ ଥାଏ । ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ପଇଡ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ ଏବଂ ଏଥିରେ ଅଳ୍ପ ପରିମାଣର କାର୍ବୋହାଇଡ୍ରେଟ୍ ଥାଏ।
୪- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି – ପଇଡ ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ପଇଡ ପାଣିରେ ପ୍ରାୟ ୬୦୦ ମିଲିଗ୍ରାମ୍ର ପୋଟାସିୟମ୍ ମିଳିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା -୧୯ର ରୋଗୀମାନେ ପଇଡ ପାଣି ପିଇବା ନିହାତି ଆବଶ୍ୟକ ।
୫- ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ- ବାନ୍ତି ଏବଂ ଝାଡା ହେଉଥିବା ସମୟରେ ପଇଡ ପାଣି ପିଇବା ନିହାତୀ ଜରୁରୀ । ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହାକୁ ପିଇବା ଦ୍ବାରା ସମସ୍ତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।