ସନ୍ଧ୍ୟାରେ ଭୁଲରେ କରନ୍ତୁ ନାହିଁ ଏହି କାମ, ନଚେତ କୋପ ହେବେ ମା ଲକ୍ଷ୍ମୀ

ଧାର୍ମିକ ମାନ୍ୟତା ଅନୁଯାୟୀ ସନ୍ଧ୍ୟା ସମୟରେ କିଛି କାମ ରହିଛି ଯାହାକୁ କରିବା ଅନୁଚିତ। ଏହା କରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ବଢ଼ିଥାଏ। ଏମିତି ଅନେକ କାମ ରହିଛି ଯାହାକୁ ଆମେ ଅଜାଣତରେ କରିଦେଇଥାଉ। ଯାହାଦ୍ୱାରା ଭଗବାନ ଅସନ୍ତୁଷ୍ଟ ହୋଇଥାନ୍ତି।
ହିନ୍ଦୁ ଧର୍ମ ଶାସ୍ତ୍ରରେ ପ୍ରତି କାମ ପାଇଁ କିଛି ନା କିଛି ନିୟମ ରହିଛି। ଯାହାକୁ ପାଳନ କରିବା ଆବଶ୍ୟକ । ହେୟ ମନେ କରି କିଛି ନିୟମକୁ ଅବମାନନା କରିବା ଦ୍ୱାରା ତାର ଖରାପ ପ୍ରଭାବ ପଡ଼ିଥାଏ। ନିୟମକୁ ମାନି ସବୁ କାମ କଲେ ଭଗବାନଙ୍କ ଆଶିର୍ବାଦ ମିଳିଥାଏ। ଏବେ ଜାଣନ୍ତୁ ସନ୍ଧ୍ୟା ସମୟରେ କେଉଁ କାମ କରିବେ ନାହିଁ।

ସନ୍ଧ୍ୟା ସମୟରେ ଘର କବାଟ ବନ୍ଦ କରନ୍ତୁ ନାହିଁ। ଏହାବ୍ୟତିତ ଘରର ମୁଖ୍ୟ ଦ୍ୱାରକୁ ବନ୍ଦ କରନ୍ତୁ ନାହିଁ। ମନାଯାଏ ଯେ ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି। ତେଣୁ କବାଟ ବନ୍ଦ କରିବା ଅନୁଚିତ। ଏହାଦ୍ୱାରା ମାତାଙ୍କର ଆଶିର୍ବାଦ ମିଳିଥାଏ।

ସନ୍ଧ୍ୟା ସମୟରେ ଭୋଜନ କରନ୍ତୁ ନାହିଁ। ମହାଭାରତରେ ମଧ୍ୟ କୁହାଯାଇଛି ଯେ ସୂର୍ଯ୍ୟାସ୍ତ ସମୟରେ ଭୋଜନ କଲେ ଆୟୁଷ କମିଯାଏ। ସ୍ୱାସ୍ଥ୍ୟବସ୍ଥା ଖରାପ ହୁଏ। ଏହାଦ୍ୱାରା ମନ-ମସ୍ତିଷ୍କ ଏବଂ ପାଚନ କ୍ରିୟାରେ ଖରାପ ପ୍ରଭାବ ପଡେ। ଏହାଦ୍ୱାରା ଧନ ର ଅଭାବ ମଧ୍ୟ ଦେଖାଯାଏ।

ଶାସ୍ତ୍ରୀୟ ମାନ୍ୟତା ଅନୁସାରେ ସନ୍ଧ୍ୟା ସମୟରେ ତୁଳସୀ ଗଛକୁ ଛୁଇଁବା ଅନୁଚିତ। ତୁଳସୀଙ୍କୁ ରାଧାରାଣୀଙ୍କ ସ୍ୱରୂପ ମନାଯାଏ। ମନାଯାଏ ଏହି ସମୟରେ ସେ ଲୀଳା କରିବାକୁ ଯାନ୍ତି। ତେଣୁ ଏହିସମୟରେ ତୁଳସୀଙ୍କୁ ଛୁଇଁବା ଅପରାଧ ଭଳି ହୋଇଥାଏ। ତେଣୁ ଦୀପ ମଧ୍ୟ ବିନା ସ୍ପର୍ଶରେ ଦେବା ଉଚିତ।

ଏହିସବୁ ନିୟମକୁ ମାନିଲେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବଢ଼ିବ ।

Spread the love