କେଜରିୱାଲ୍‌ଙ୍କ ଘର ଉପରେ ଆକ୍ରମଣ, ବିଜେପି ଗୁଣ୍ଡାଙ୍କ ଆକ୍ରମଣ କହିଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଉପରେ ଆକ୍ରମଣ। ସିସିଟିଭି ଭାଙ୍ଗିଲେ। ଗେଟ୍‌ ଗେରୁଆ ରଙ୍ଗ ବୋଳିବା ସହିତ ଭଙ୍ଗାରୁଜା କଲେ। କାଶ୍ମୀର ପଣ୍ଡିତଙ୍କ ଉପରେ ଦେଇଥିବା ବୟାନ ଉପରେ କ୍ରୋଧ ପ୍ରକାଶ କରି ଦୁର୍ବୃତ୍ତମାନେ ଏପରି ଆକ୍ରମଣ କରିଛନ୍ତି।ଦିଲ୍ଲୀ ବିଧାନସଭାରେ ଫିଲ୍ମ କାଶ୍ମୀର ଫାଇଲ୍‌କୁ ନେଇ ଉତ୍ତର ରଖିଥିଲେ କେଜରିୱାଲ। ବିଜେପି ଅଯଥା ଫିଲ୍ମର ପ୍ରଚାର କରୁଛି ବୋଲି କହିଥିଲେ। ଏହିଥିରେ କ୍ରୋଧ ପ୍ରକାଶ କରି ବିଜେପି ଯୁବମୋର୍ଚ୍ଚା ଆଜି କେଜରିୱାଲ୍‌ଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଆକ୍ରମଣ କରିଛନ୍ତି।

ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଇପି କଲେଜ୍‌ରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସବଭନ ପର୍ଯ୍ୟନ୍ତ ବିକ୍ଷୋଭ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସାମ୍ନା ଗେଟ୍‌କୁ ବିଜେପି ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। କେବଳ ସେତିକି ନୁହେଁ କେଜରିୱାଲ୍‌ଙ୍କୁ ଧମକ ଦେଇଛନ୍ତି  ବିଜେପି ସାଂସଦ। ଅନ୍ୟପଟେ ବିଜେପି କେଜରିୱାଲ୍‌ଙ୍କ ଘର ଭାଙ୍ଗିଛି ବୋଲି ଆପ୍ ଅଭିଯୋଗ କରିଛି। ଦଳ ଟ୍ୱିଟ୍ କରି ଲେଖିଛି ” ବିଜେପିର ଲୋକମାନେ ସିଏମ୍ କେଜରିୱାଲ୍‌ ଘର ଉପରେ ଆକ୍ରମଣ କରିଛନ୍ତି। ସୁରକ୍ଷା ବଳୟ ଭଙ୍ଗାଯାଇ ସିସିଟିଭି ଓ ମୁଖ୍ୟ ଗେଟ୍‌କୁ ଭଙ୍ଗାଯାଇଛି। ବିଜେପିର ଦିଲ୍ଲୀ ପୁଲିସ ସମର୍ଥନରେ ଏସବୁ ହୋଇଛି। କଣ ଏମାନେ ସମସ୍ତେ କାଶ୍ମୀର ପଣ୍ଡିତ ପୁନର୍ବାସ ପାଇଁ ଦାବି କରିବାକୁ ଆସିଥିଲେ ?”

ଅନେକ ଆପ୍‌ ନେତା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇ ଏହାକୁ ନିନ୍ଦା କରିଛନ୍ତି। ଅନ୍ୟପଟେ ପଟେ ଅତୀଶି ଲେଖିଛନ୍ତି ” ଆଶ୍ଚର୍ଯ୍ୟ! ବିଜେପି କର୍ମୀମାନେ ଯେତେବେଳେ କେଜରିୱାଲଙ୍କ ଘର ହିଂସାକାଣ୍ଡ ଘଟାଉଥିଲେ ସେତେବେଳେ ଦିଲ୍ଲୀ ପୁଲିସ କରୁଥିଲା କଣ ? କଣ ବିଜେପି କର୍ମୀଙ୍କ ଏହି ଭଙ୍ଗାରୁଜାକୁ ସମର୍ଥନ କରିବାକୁ ସେମାନଙ୍କୁ ଅମୀତ ଶାହଙ୍କ ଅଫିସ୍‌ରୁ ନିର୍ଦ୍ଦେଶ ଆସିଥିଲା। “

Spread the love