ମହିଳାଙ୍କ ଗଳାକାଟି ହତ୍ୟା କଲେ ତିନିଜଣ ମଦ୍ରାସା ଶିକ୍ଷୟିତ୍ରୀ

ଇସଲାମାବାଦ ୩୦/୦୩ : ପାକିସ୍ତାନର ଏକ ମଦ୍ରାସାରେ ପଢ଼ାଉଥିବା ଥିବା ତିନିଜଣ ଶିକ୍ଷୟିତ୍ରୀ ତାଙ୍କର ଜଣେ ସହକର୍ମୀଙ୍କ ଗଳାକାଟି ହତ୍ୟା କରିଛନ୍ତି। ତିନିଜଣ ଶିକ୍ଷୟିତ୍ରୀ ମୃତକ ମହିଳାଙ୍କ ଉପରେ ଧାର୍ମିକ ଅବମାନନା କରିବାର ଅଭିଯୋଗ କରିଥିଲେ। ଆଶ୍ଚର୍ଯ୍ୟ କଥା ହେଉଛି ଏହି ତିନିଜଣ ଶିକ୍ଷୟିତ୍ରୀ ତାଙ୍କ ସମ୍ପର୍କୀୟଙ୍କ ଏ ବିଷୟରେ ଠାରୁ ଶୁଣି ମୃତ ମହିଳାଙ୍କ ଉପରେ ଏପରି ଅଭିଯୋଗ କରିଛନ୍ତି। ମୃତକ ମହିଳା ଜଣକ ଧାର୍ମିକ ଆବମାନନା କରୁଛନ୍ତି ବୋଲି ତାଙ୍କ ସମ୍ପର୍କୀୟ ସ୍ୱପ୍ନ ଦେଖିଥିଲେ ବୋଲି ହତ୍ୟା କରିଥିହା ଶିକ୍ଷୟିତ୍ରୀମାନେ କହିଛନ୍ତି।   

ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ପୋଲିସ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲେ ମୃତ ମହିଳା ଜଣଙ୍କ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଥିଲେ ବୋଲି ପୋଲିସ କହିଛି। ଇସ୍ମାଇଲ ଖାନଙ୍କ ଜାମିଆ ଇସ୍ଲାମିଆ ଫଲାହୁଲ ବିନାଟ ବାହାରେ ଏହି ହତ୍ୟାକାଣ୍ଡ ଘଟିଛି ।

ମୃତ ମହିଳା ଜଣକ ଧାର୍ମିକ ଅବମାନନା କରୁଛନ୍ତି ବୋଲି ତାଙ୍କର ଜଣେ ସମ୍ପର୍କୀୟ ୧୩ ବର୍ଷୀୟା ଝିଅ ସ୍ୱପ୍ନ ଦେଖିଥିଲେ ବୋଲି ଅଭିଯୁକ୍ତ ମହିଳାମାନେ କହିଛନ୍ତି। ସ୍ୱପ୍ନରେ ତାଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦିଆଯାଉଥିଲା । ପରେ ୧୩ ବର୍ଷର ଝିଅ ଏହି ଘଟଣା ବିଷୟରେ ଅଭିଯୁକ୍ତ ମହିଳାମାନଙ୍କୁ ଜଣାଇଥିଲେ।

ପାକିସ୍ତାନି ଖବର କାଗଜ ଡନ୍‌ ଅନୁସାରେ ଅଭିଯୁକ୍ତ ମହିଳାଙ୍କର ମୃତ ମହିଳାଙ୍କ ସହିତ ଧାର୍ମିକ ମତଭେଦ ଥିଲା । ମୃତକ ମହିଳା ଜଣକ ସେଠାକାର ଜଣାଶୁଣା ଧାର୍ମିକ ବିଦ୍ୱାନ ମୌଲାନା ତାରିଫ ଜମିଲଙ୍କ ଅନୁଯାୟୀ ଥିଲେ। ଅଭିଯୁକ୍ତ ମହିଳାମାନେ ଏହାକୁ ପସନ୍ଦ କରୁନଥିଲେ। ଅଭିଯୁକ୍ତ ମହିଳାମାନଙ୍କର ବୟସ ୧୭ ରୁ ୨୪ ମଧ୍ୟରେ ହେବ ବୋଲି ପୋଲିସ କହିଛି ।

Spread the love