ଓଡ଼ିଶା ବଜେଟ୍‌: ଦରମା, ପେନ୍‌ସନ୍‌, ଶିକ୍ଷା ଏବଂ ପ୍ରଶାସନିକ ବ୍ୟୟ ପାଇଁ ଜାଣନ୍ତୁ କେତେ ଖର୍ଚ୍ଚ କରିବେ ସରକାର

ଭୁବନେଶ୍ବର, ୩୦/୦୩: ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ରୁଷିଆ-ୟୁକ୍ରେନ ଯୁଦ୍ଧ ବିଶ୍ଵ ଅର୍ଥ ନୀତିକୁ ପ୍ରଭାବିତ କରିଛି। କରୋନା ପରେ ବିଶ୍ଵ ଯୁଦ୍ଧମୁହାଁ ଏମିତି ପ୍ରତିକୂଳ ସ୍ଥିତିରେ ମଧ୍ୟ ରାଜ୍ୟର ଅଭିବୃଦ୍ଧି ହାର ବଢିବାର ସମ୍ଭାବନା ରହିଛି। ଏଥି ମଧ୍ୟରେ ଅଭିବୃଦ୍ଧି ହାର ଭଲ ରହିଥିବା ମନ୍ତ୍ରୀ କହିଛନ୍ତି । ଏଥି ସହିତ ବିଭିନ୍ନ ବିଭାଗ ପାଇଁ ବ୍ୟୟ ଅଟକଳ କରାଯାଇଛି ।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଶାସନିକ ବ୍ୟୟ ନିମନ୍ତେ ମୋଟ ୮୯,୬୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ଦରମା ବାବଦକୁ ୨୯,୨୪୮ କୋଟି, ପେନସନ ବାବଦକୁ ୧୮୨୨୧ କୋଟି, ସୁଧ ଦେୟ ବାବଦକୁ ୮୪୬୭ କୋଟି, ପୁଞ୍ଜି ସମ୍ପତ୍ତିର ରକ୍ଷାଣବେକ୍ଷଣ ପାଇଁ ୫୮୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ବେସରକାରୀ ଅନୁଦାନପ୍ରାପ୍ତ ମହିବିଦ୍ୟାଳୟ ପାଇଁ ୧୨୮୩ କୋଟି, ସମଗ୍ର ଶିକ୍ଷା ପାଇଁ ୩୫୫୨କୋଟି ଖର୍ଚ୍ଚ କରାଯିବ । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୬୫ କୋଟି, ଉଚ୍ଚଶିକ୍ଷାକୁ ସୁଦୃଢ କରିବାକୁ ୨୫୮ କୋଟି, ରୁସା ପାଇଁ ୧୮୨ କୋଟି ବ୍ୟୟବରାଦ ନେଇ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

Spread the love