ପ୍ରଥମଥର ଭାରତୀୟ ସଡକରେ ହାଇଡ୍ରୋଜେନ କାର୍

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ, ଡିଡେଲ ରେଟ୍‌ ବଢୁଥିବା ବେଳେ ନୂଆ ଆଶର ସଞ୍ଚାର କରିଛି ହାଇଡ୍ରୋଜେନ କାର।   ଦୀଘଦିିିନର ଅପେକ୍ଷା ପରେ ଆଜି ପ୍ରଥମଥର ପାଇଁ ଭାରତୀୟ ସଡକରେ ଚାଲିଛି ଏହି କାର୍ । ଆଉ ପ୍ରଥମ କରି ଏହି କାରରେ ସଂସଦ ଭବନକୁ ଯାତ୍ରା କରିଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତୀନ ଗଡକରୀ। ଟୟୋଟୋ କମ୍ପାନୀ ଦ୍ୱାରା ଏହି କାରକୁ ପାଇଲଟ ପ୍ରୋଜେକ୍ଟ ଭାବେ ତିଆରି କରାଯାଇ ଏଥିରେ ଆଡଭାନ୍ସ ଫୁଏଲ ସେଲ ଲଗାଯାଇଛି । ଏହି ସେଲ ଦ୍ୱାରା ଅକ୍ସିଜେନ ଓ ହାଇଡ୍ରୋଜେନର ମିଶ୍ରଣରୁ ବିଦ୍ୟୁତ ଉତ୍ପନ୍ନ ହୋଇଥାଏ । ଏହି କାରରୁ ଧୁଆଁ ନୁହେଁ କେବଳ ଜଳ ନିର୍ଗତ ଆକାରରେ ବାହାରିଥାଏ ।ସ୍ୱଚ୍ଛ ଇନ୍ଧନରେ ଚାଲୁଥିବା ଏହି କାର ଜନସାଧାରଣଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏନେଇ ଗଡକରୀ କହିଛନ୍ତି ଯେ, ଏହି କାର ସମ୍ପୂର୍ଣ୍ଣ ଭାବେ ପରିବେଶ ଅନୁକୂଳ ଅଟେ । ଏହାଦ୍ୱାରା କୌଣସି ପ୍ରକାରର ପ୍ରଦୂଷଣ ବ୍ୟାପିବ ନାହିଁ । ହାଇଡ୍ରୋଜେନ କାର ହେଉଛି ଭାରତର ଭବିଷ୍ୟତ । ପେଟ୍ରୋଲ ଓ ଡିଜେଲ ଇଞ୍ଜିନ ଦ୍ୱାରା ଚାଲୁଥିବା କାରରେ ବହୁମାତ୍ରାରେ ପ୍ରଦୂଷଣ ବ୍ୟାପିଥାଏ । ମାତ୍ର ହାଇଡ୍ରୋ ଫୁଏଲ ସେଲ କାରରୁ କଦାପି ପ୍ରଦୂଷଣ ବ୍ୟାପେ ନାହିଁ।ଏହାପୂର୍ବରୁ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦେଶରେ ଖୁବଶୀଘ୍ର ବଜାରକୁ ଆସିବ ହ୍ରାଇଡ୍ରୋଜେନରେ ଚାଲୁଥିବା କାର ବୋଲି ଘୋଷଣା କରିଥିଲେ। ସେ ଏକ କାର୍ୟ୍ୟକ୍ରମରେ କହିଥିଲେ ଯେ ଏବେ ଗ୍ରୀନ ହାଇଡ୍ରୋଜେନର ସମୟ ଆସିଯାଇଛି । ଖୁବ ଶିଘ୍ର ରାସ୍ତାରେ ଗଡିବ ହ୍ରାଇଡ୍ରୋଜେନ୍ ଚାଳିତ କାର । ଭାରତୀୟ ବୈଜ୍ଞାନୀକଙ୍କୁ ପ୍ରଶଂସା କରିବାକୁ ଯାଇ ଗଡକରୀ ଆହୁରି ମଧ୍ୟ କହିଥିଲେ ଯେ, ଖୁବ ଶିଘ୍ର ତାଙ୍କ ପାଖରେ ଏକ ସ୍ୱତନ୍ତ୍ର କାର ହେବ, ଯାହାକି ଗ୍ରୀନ ହାଇଡ୍ରୋଜେନରେ ଚାଲିବ । କହିବାର ଅର୍ଥ ପାଣିରୁ ହାଇଡ୍ରୋଜେନ୍ ଓ ଅକ୍ସିଜେନକୁ ଅଲଗା ଅଲଗା କରି ଚାଲିବ । ଏହା ଲୋକେ ବିଶ୍ୱାସ କରୁନଥିଲେ କିନ୍ତୁ ଆଜି ତାହା ସତ ହୋଇଛି ଏବଂ ଆଜି ସେ ନିଜେ ଦିଲ୍ଲୀ ରାସ୍ତାରେ ଏହି କାର ନେଇ ବୁଲିଛନ୍ତି।

Spread the love