“ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ସମ୍ମାନ’ରେ ସମ୍ମାନିତ

ଭୁବନେଶ୍ୱର : ଦୁବାଇରେ ଅନୁଷ୍ଠିତ ଆନ୍ତର୍ଜାତିକ ଏଡୁକେସନ୍ ୨.୦ କନ୍‌ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) କୁ “ପୂର୍ବ
ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ଗ୍ରହଣ କରିଥିବା ସୋଆର
ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟ ମୁଖ୍ୟ ଶ୍ରୀ ରିପ୍ତି ରଞ୍ଜନ ଦାଶ ଏବଂ ଆନ୍ତର୍ଜାତିକ ଆଡମିଶନ୍ ଓ ଆଉଟ୍‌ରିଚ୍ ପ୍ରୋଗ୍ରାମ୍‌ର
ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ
ନାୟକଙ୍କୁ ଭେଟି ସମ୍ମାନ ଫଳକକୁ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଛନ୍ତି । ଏହି
ସମୟରେ ସୋଆର ମାନବସମ୍ବଳ ଅଧିକାରୀ ଶ୍ରୀ ସିଦ୍ଧ୍ୟବ୍ରତ ଦାଶ ଓ ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ
ଡାକ୍ତର ରାଜେଶ ଲେଙ୍କା ଉପସ୍ଥିତ ଥିଲେ ।

Spread the love