ଏହି ଗାଁରେ ବିଛାରେ ହୋଲି ଖେଳନ୍ତି ଲୋକେ

ଆମା ଦେଶର ବିଭିନ୍ନ ସ୍ଥାନରେ ହୋଲି ପର୍ବ ବଡ ଧୁମ୍ ଧାମରେ ଏବଂ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ ହୋଇଥାଏ। କେଉଁଠି ଅବିରରେ ହୋଲି ଖେଳା ଯାଏ ତ ଆଉ କୋଉଠି ଫୁଲରେ, ପୁଣି କେଉଁଠି ପାଣି, ପଙ୍କ ଭସ୍ମରେ ହୋଲି ଖେଳ ହୋଇଥାଏ। କିନ୍ତୁ, ଆପଣ ଜାଣି ଅଶ୍ଚଯ୍ୟ ହେବେ ଯେ ଆମ ଦେଶରେ ଏମିତି ଗୋଟେ ଗାଁ ଅଛି ଯେଉଁଠି କଙ୍କଡା ବିଛାରେ ହୋଲି ଖେଳ ହୋଇଥାଏ। ଏଟାୱାଠାରେ ଏହି ଗାଁ ଅଛି ଯେଉଁଠାରେ ହୋଲି ରଙ୍ଗ ବଦଳରେ, ବିଛାରେ ଖେଳାଯାଇଥାଏ। ବିଛା କଥା ଶୁଣି ଆପଣ ଚକିତ ହୋଇ ଯାଉଥିବା ନିଶ୍ଚୟ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ଏଠାରେ ଶହ ଶହ ବିଛା ହୋଇଲିଦିନ ଏକ କିଲାରୁ ବାହାର କରାଯାଇ ଗାଁର ପିଲାଠୁ ବୁଢ଼ା ସମସ୍ତେ ବିଛାରେ ଖେଳନ୍ତି। ବିଛାକୁ ହାତରେ ଧରି ପରସ୍ପର ଉପରକୁ ଫୋପାଡା, ଫୋପଡି ହୁଅନ୍ତି।

 ଆଜିର ବୈଜ୍ଞାନିକ ଯୁଗରେ, ଏହି ଗ୍ରାମବାସୀଙ୍କ ଏହିଭଳି ଭାବରେ ହୋଲି ଖେଳିବା ରହସ୍ୟ ପରି ଲାଗୁଥିବ ନିଶ୍ଚୟ। ଲୋକଙ୍କ କହିବା ଅନୁଯାୟୀ ହୋଲି ଦିନ ଢୋଲ ସହ ଗୀତ ଗାଇବା ମାତ୍ରେ ଶହ ଶହ ବିଛା ମାଟିରୁ ବାହାରି ଆସନ୍ତି, ଏପରି ଲାଗେ ଯେପରି ସେମାନେ ହୋଲିର ଅଭିବାଦନ ଜଣେଇବାକୁ ବାହାରକୁ ଆସିଛନ୍ତି। ପିଲାମାନେ ଏହି ବିଛାଗୁଡ଼ିକୁ ଧରି ମନ ଭରି ଖେଳନ୍ତି ଏବଂ ପରସ୍ପର ଉପରକି ପକାଇଥାନ୍ତି, କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ବିଷାକ୍ତ ବିଛା କାହାକୁ ମାରିନଥାନ୍ତି। ଏହା ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ ସୋଉଥାନ ଗାଁରେ ଏହି ପ୍ରଥା ଶହ ଶହ ବର୍ଷ ଧରି ଚାଲିଆସୁଛି। ସେହି ଗାଁ ରେ ରହିଥିବା ଏକ ପୁରୁଣା କିଲାରୁ ଦୋଳ ପୂର୍ଣ୍ଣିମା ଓ ହୋଲି ଦିନ ହଜାର ସଂଖ୍ୟକ ବିଛା ବାହାରି ଥାନ୍ତି। ବୟସ୍କ ଏବଂ ପିଲାମାନେ ଏହି ବିଛାଗୁଡ଼ିକୁ ଉଠାଇ ନିଜ ପାପୁଲିରେ ରଖନ୍ତି ଏବଂ ତାଙ୍କ ଶରୀରର ରଙ୍ଗ କରିଥା’ନ୍ତି। ଏବଂ ପରସ୍ପର ଉପରକୁ ସେହି ବିଛାଗୁଡିକ ପକାଇ ଖେଳିଥାନ୍ତି, ହେଲେ ଏହାଦ୍ବାରା ସେମାନଙ୍କର କୌଣସି କ୍ଷତି ହୋଇନଥାଏ ବୋଲି କୁହାଯାଏ। ହୋଲି ଖେଳିବା ପରେ ଗାଁର ପିଲାମାନେ ବୟସ୍କଙ୍କ ଆଶୀର୍ବାଦ ନେଇଥାନ୍ତି ତାପରେ ଉକ୍ତ କିଲାରେ ବିଛାଗୁଡ଼ିକୁ ପୁଣି ଛାଡିଦିଅନ୍ତି।

ଉକ୍ତ ଗ୍ରାମବାସୀ କୁହନ୍ତି ଯେ ବହୁବର୍ଷ ଧରି ଏହି ପ୍ରଥା ଚାଲି ଆସୁଛି, ହେଲେ ବିଶେଷ କଥା ହେଉଛି ଏହି ବିଷାକ୍ତ ବିଛା ହୋଲି ଦିନ କାହାକୁ ଆଘାତ କରନଥାନ୍ତି। ହୋଲି ପରେ, ଯେତେବେଳେ ଘରେ ସମାନ ବିଛା ବାହାରନ୍ତି ସେମାନେ ଶୁଣ୍ଢ ମାରିବା ସହ ବିଷ ଛାଡ଼ିଥାନ୍ତି।

Spread the love