ଘରେ ରଖନ୍ତୁ ଦକ୍ଷିଣମୁଖୀ ଶଙ୍ଖ, ମିଳିବ ଏସବୁ ଲାଭ

ସମସ୍ତଙ୍କ ଜୀବନରେ ଦୁଃଖ ସୁଖ ଲାଗି ରହିଥାଏ। ଅନେକ ସମୟରେ ଗ୍ରହ ଓ ବାସ୍ତୁ ଦୋଷ ପାଇଁ ଆମ ଜୀବନରେ ଅନେକ ଦୁଃଖ ଭୋଗିବାକୁ ପଡ଼େ। ତେବେ ଏମିତି କେତେକ ଜିନିଷ ରହିଛି ଯାହାକୁ ଘରେ ରଖିବା ଦ୍ଵାରା ବାସ୍ତୁ ଦୋଷ ସମ୍ପୂର୍ଣ୍ଣ ଦୂର ହୋଇଯିବ। ଏହି ସବୁ ଜିନିଷକୁ ଘରେ ରଖିବା ଦ୍ଵାରା ଆପଣଙ୍କୁ କେବେ ବି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଏହି ସବୁ ଜିନିଷକୁ ଘରେ ରଖିବା ଦ୍ଵାରା ଘରେ ସବୁବେଳେ ସୁଖ ସମୃଦ୍ଧି ରହିଥାଏ ଓ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ…

ଗଣେଶଙ୍କ ମୂର୍ତ୍ତି:

ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା କୁହାଯାଏ । ଘରେ ଯେତେବେଳେ ଶୁଭ କାର୍ଯ୍ୟ ଆରମ୍ଭ କରାଯାଏ ତେବେ ସର୍ବେ ପ୍ରଥମେ ଗଣେଶଙ୍କ ପୂଜା କରାଯାଏ । ଏମିତି କୁହାଯାଏ କି ସର୍ବେ ପ୍ରଥମେ ଗଣେଶ ବନ୍ଦନା ଗାନ କରିବା ଦ୍ଵାରା କୌଣସି ବି କାମ କେବେ ବି ଖରାପ ହୁଏ ନାହିଁ । ଏଥିପାଇଁ ଆମ ସମସ୍ତଙ୍କୁ ଘରେ ନିଶ୍ଚିତ ଭାବେ ଗୋଟିଏ ଗଣେଶ ମୂର୍ତ୍ତି ରଖିବା ଉଚିତ । ଗଣେଶଙ୍କ ମୂର୍ତ୍ତିକୁ ଏହିଭଳି ସ୍ଥାନରେ ରଖନ୍ତୁ ଯେଉଁଠି ତାଙ୍କର ନଜର ଘରର ମୁଖ୍ୟ ଦ୍ଵାର ଉପରେ ପଡିବ । ଏହିଭଳି କରିବା ଦ୍ଵାରା ଘରେ ଲକ୍ଷ୍ମୀ ଆସନ୍ତି ବୋଲି କୁହାଯାଏ । ଘରେ କେବେବ ଦରିଦ୍ରତା କି ଅଭାବ ଦେଖା ଦିଏ ନାହିଁ।

ବଂଶୀ:

ଘରେ ବଂଶୀ ରଖିବା ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ବଂଶୀ ରଖିବା ଦ୍ଵାରା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଯଦି ଘରେ ଚାନ୍ଦିର ବଂଶୀ ରଖୁଛନ୍ତି ତେବେ ଘରେ କେବେ ଧନର ଅଭାବ ହେବ ନାହିଁ । ଏହାସହ ବାଉଁଶରେ ତିଆରି ବଂଶୀ ମଧ୍ୟ ଘରେ ରଖି ପାରିବେ । ତେବେ ବଂଶୀ ହଳି କରି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।

ଦକ୍ଷିଣମୁଖୀ ଶଙ୍ଖ:

ଘରେ ଶଙ୍ଖ ରଖିବା ଦ୍ଵାରା ଏହା ବାସ୍ତୁ ଦୋଷକୁ ଦୂର କରିଥାଏ । ଶଙ୍ଖକୁ ସନ୍ଧ୍ୟା ଓ ସକାଳ ସମୟରେ ବଜାଇବା ଦ୍ଵାରା ଘରର ବାତାବରଣ ଶୁଭ ଓ ସକାରତ୍ମକ ହୋଇଥାଏ । ଶଙ୍ଖର ଧ୍ୱନିରେ ଘରର ସମସ୍ତ ନକରାତ୍ମକ ଊର୍ଜା ବାହାରକୁ ଚାଲିଯାଏ । ଘରେ ଶଙ୍ଖ ରଖିବା ସମୟରେ ଏହା ଧ୍ୟାନ ରଖନ୍ତୁ କି ଏହା ଦକ୍ଷିଣମୁଖୀ ହିଁ ହୋଇଥିବ । ଏହାସହ ପୂଜାଘରେ ଶଙ୍ଖ ରଖିବା କିମ୍ବା ସେଥିରେ ପାଣି ଦେଇ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାସହ ଠାକୁର ଘରେ ମୟୂର ପର ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।

Spread the love