କଂଗ୍ରେସ ଅଫିସରେ ଗୁଜୁରାଟ ପୁଲିସ୍

ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଥିବା ଦଳୀୟ କଂଗ୍ରେସ  ଅଫିସ୍‌ରେ ଗୁଜୁରାଟ ପୁଲିସ ବିନା ଅନୁମତିରେ ପଶିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ପୁଲିସ ପଶିବା ପୂର୍ବରୁ ଅନୁମତି ନେଇ ନାହିଁ କିମ୍ବା ନୋଟିସ୍‌ ଦେଇ ନାହିଁ। ହେଲେ ଅଫିସ୍ ଭିତରେ ପଶି ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏନେଇ ଦଳ ଗୁଜୁରାଟ ପୁଲିସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଗୁଜୁରାଟ କଂଗ୍ରେସ ମୁଖ୍ୟ ଜଗଦିଶ ଠାକୁର କହିଛନ୍ତି।

ଏନେଇ କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି ”କଂଗ୍ରେସ ଗୋଟେ ଦାୟିତ୍ୱସମ୍ପନ୍ନ ପାର୍ଟି ଭାବରେ ଦେଶରେ ଅହେତୁକ ମୂଲ୍ୟ ବୃଦ୍ଧି ବିରୋଧରେ ସାରା ଦେଶରେ ଆନ୍ଦୋଳନ କରୁଛି। ଗୁଜୁରାଟରେ ବି ଆନ୍ଦୋଳନ କରୁଛି। କଣ ଆମର ବିରୋଧ ପ୍ରଦର୍ଶନ କରିବାର ଅଧିକାର ନାହିଁ।? ସବୁ ଜିନିଷର ମୂଲ୍ୟ ଆକାଶ ଛୁଆଁ ହେଲାଣି। କଣ ଆମେ ଏହା ବିରୋଧରେ ବିରୋଧ ପ୍ରଦର୍ଶନ କରିପାରିବୁ ନାହିଁ?”

ଗୁଜୁରାଟ ପୁଲିସର କାର୍ଯ୍ୟକଳାପକୁ ସମାଲୋଚନା କରି ପବନ ଖେଡ଼ା କହିଛନ୍ତି “ଆଜି ପୁଲିସ ଆମ ଗୁଜୁରାଟ ଅଫିସ୍‌ରେ ପଶି ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରିବା ସହିତ ମହଙ୍ଗା ବଜାର ପାଇଁ ବିକ୍ଷୋଭରେ ଦାହ କରିବାକୁ ତିଆରି କରିଥିବା କୁଶପୁତ୍ତଳିକାକୁ ନେଇଯାଇଛନ୍ତି। ବିରୋଧ କରି କଣ ଆମେ କୁଶପୁତ୍ତଳିକ ଦାହ କରିପାରିବୁ ନାହୁଁ। ବିନା ଅନୁମତିର ପୁଲିସ କେମିତି ଦଳର ଅଫିସ ଭିତରେ ପଶିପାରିବ” ବୋଲି କହି କଂଗ୍ରେସ ନେତା ଶ୍ରୀ ଖେଡ଼ା ପ୍ରଶ୍ନ କରିଛନ୍ତି।

Spread the love