ପରୀକ୍ଷା ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାରା ବିଶ୍ବର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ମତବିନିମୟ କରିବେ । ଗତ ଚାରି ବର୍ଷ ଧରି ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ସଫଳତାପୂର୍ବକ ଆୟୋଜନ ହୋଇଆସୁଛି । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପ୍ରଥମ ତିନୋଟି ସଂସ୍କରଣ ନୂଆଦିଲ୍ଲୀରେ ଟାଉନ ହଲ୍‌ ଆଲୋଚନା ଫର୍ମାଟରେ ସଫଳତାପୂର୍ବକ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ‘‘ପରୀକ୍ଷା ପେ ଚର୍ଚ୍ଚା ୧,୦’’ ମତ ବିନିମୟ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ୧୬ ଫେବୃଆରୀ ୨୦୧୮ରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏହି ମତବିନିମୟ କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣ ‘‘ପରୀକ୍ଷା ପେ ଚର୍ଚ୍ଚା ୨.୦’’ ୨୯ ଜାନୁଆରୀ ୨୦୧୯ରେ ଆୟୋଜନ କରାଯାଇଥିଲା। ସେହିପରି ତୃତୀୟ ସଂସ୍କରଣ ୨୦ ଜାନୁଆରୀ ୨୦୨୦ରେ ଅନୁଷ୍ଠିତ ହୋଇଥିଲା। କୋଭିଡ ୧୯ ମହାମାରୀ କାରଣରୁ ଚତୁର୍ଥ ସଂସ୍କରଣ ଅନଲାଇନ ମାଧ୍ୟମରେ ୭ ଏପ୍ରିଲ ୨୦୨୧ରେ ଆୟୋଜିତ ହୋଇଥିଲା ।ଆଜିି ପଞ୍ଚମ ସଂସ୍କରଣ ପ୍ରଧାନମନ୍ତ୍ରୀ ନବମରୁ ଦ୍ବାଦଶ ଶ୍ରେଣୀର ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ଆଲୋଚନା କରିବେଏବ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଟାଉନ ହଲ ଆଲୋଚନା ଫର୍ମାଟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ।

Spread the love