ଏପ୍ରିଲ୍‌ ଫୁଲ୍‌‌ କେବେ ଓ କେଉଁଠୁ ଆରମ୍ଭ ‌ହେଲା?

୧୩୮୧ ମସିହାରେ ପ୍ରଥମେ ଏପ୍ରିଲ୍‌ ଫୁଲ୍‌ ମନାଇବା ଆରମ୍ଭ ହୋଇଥିଲା। ସେ ସମୟର ଇଂଲଣ୍ଡର ରାଜା ରିଚାର୍ଡ ଦ୍ବିତୀୟ ଏବଂ ବୋହମିଆର ରାଣୀ ଏନିଙ୍କର ନିର୍ବନ୍ଧ ସ୍ଥିର ହୋଇଥାଏ। ନିର୍ବନ୍ଧର ତାରିଖ ରଖାଗଲା ମାର୍ଚ ୩୨ ତାରିଖ। ‌ଲୋକେ ଉତ୍ସବ ମନାଇବାରେ ଲାଗିପଡ଼ିଲେ। କାହାରି ବି ମୁଣ୍ଡରେ ପଶିଲା ନାହିଁ ‌ଯେ କୌଣସି ବି ମାସରେ ୩୨ ତାରିଖ ନା‌ହିଁ।

ଜଣାପଡ଼ିଲା ଯେ ଏପ୍ରିଲ୍‌ ପହିଲାକୁ ରାଜା ମଜାରେ ଲୋକଙ୍କୁ ମାର୍ଚ ୩୨ ବୋଲି କହିଥିଲେ। ସେହିଦିନଠୁ ଏପ୍ରିଲ୍‌ ପହିଲାକୁ ଏପ୍ରିଲ୍‌ ଫୁଲ୍‌ ନାମରେ ମନାଯାଏ। କିଛି ରିପୋର୍ଟରୁ ଜଣାଯାଏ ଯେ ଭାରତରେ ଏହି ଏପ୍ରିଲ୍‌ ଫୁଲ୍‌କୁ ୯୦ ଦଶକରେ ଇଂରେଜମାନେ ମନାଇଥିଲେ।

Spread the love