ନବୀନ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ…

ନିରବଚ୍ଛିନ୍ନ ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରେ ବି ନବୀନ  ପଟ୍ଟନାୟକଙ୍କ  ଲୋକପ୍ରିୟତା ଓ ଗ୍ରହଣୀୟତା ହ୍ରାସ ପାଇନି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଅଛନ୍ତି।

ଜାତୀୟ ସ୍ତରରେ ଭିଡ଼ିପି ଆସୋସିଏଟ୍‌ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଏକଥା ଜଣାପଡ଼ିଛି। ର୍ନିବାଚନ ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନକୁ ଆଧାର କରି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ଭେରେ ନବୀନଙ୍କୁ ୮୧ ପଏଣ୍ଟ ମିଳିଛି। ଗତକାଲି ବିଜେଡ଼ି ପକ୍ଷରୁ ଗଣମାଧ୍ୟମକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ। ଓଡ଼ିଶାବାସୀଙ୍କ ହୃଦୟରେ ନବୀନ। ରାଜ୍ୟବାସୀଙ୍କ ସହ ଜାତୀୟ ସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗ୍ରହଣୀୟତା କମ୍‌ ନୁହେଁ। ଏକଥା ସ୍ପଷ୍ଟ କରୁଛି ଭିଡ଼ିପି ଆସୋସିଏଟ୍‌ ଦ୍ୱାରା ହୋଇଥିବା ସର୍ଭେରୁ।

ସମସ୍ତଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ସର୍ବାଧିକ ଲୋକପ୍ରିୟ ଓ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ସର୍ବାଧିକ ୮୧ ପଏଣ୍ଟ ପାଇଥିବା ବେଳେ ୟୁପି ମୁଖ୍ୟମନ୍ତ୍ରୀ ୭୨ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ୍‌ ରେଡ୍ଡି ୭୧ ପଏଣ୍ଟରେ ତୃତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି।

Spread the love