ପୁଣି ବଢ଼ିଲା କରୋନା ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ଏବଂ ସ୍ଥାନୀୟ ସଂକ୍ରମଣରୁ ୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୨୨ , ବାଲେଶ୍ୱର ଜିଲ୍ଲାରୁ ୧ , ଗଜପତିରୁ ୨ , ଯାଜପୁରରୁ ୨ , ଝାରସୁଗୁଡ଼ାରୁ ୨ , ଖୋର୍ଦ୍ଧା ଜିଲ୍ଲାରୁ ୩ , ମୟୂରଭଞ୍ଜ ଜିଲ୍ଲାରୁ ୩ ଓ ସମ୍ବଲପୁରରୁ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୮୭, ୭୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି  ଏବଂ  ୧୨,  ୭୮, ୧୬୨ ଜଣ ସୁସ୍ଥ ହୋଇଛନ୍ତି।  ୩୬୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Spread the love