ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ସାମିଲ ହେଲେ, ସଫଳତା ସାଉଁଟିଲେ ଓଡିଆ ଛାତ୍ରୀ

ଚଣ୍ଡୀଖୋଲ ୦୬/୦୪: ଦିଲ୍ଲୀ ଠାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳତା ସାଉଁଟିଲେ ଯାଜପୁରର ଛାତ୍ରୀ ଦିବ୍ୟା ଦାସ । ସେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇ ନିଜର ପ୍ରତିଭା ପ୍ରଦର୍ଶିତ କରିଥିଲେ ।

ଆଜାଦି କି ଅମୃତ ମହୋତ୍ସବ ଅବସରରେ ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶିତ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ସେଠାରୁ ଫେରିବା ପରେ ଛାତ୍ରୀ ଦିବ୍ୟା ଦାସଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛା ମିଳୁଥିବା ବେଳେ ସେ ନିଜର ଅନୁଭୂତିକୁ ବାଂଟିଛନ୍ତି ।

Spread the love