ରୋଗୀଙ୍କ ସହ ଖାଦ୍ୟ ଖାଇଥିଲେ ମନ୍ତ୍ରୀ ସୁଶାନ୍ତ ସିଂ

ନିଜର କାର୍ଯ୍ୟଦକ୍ଷତା, କ୍ରିୟାଶୀଳତା ଓ ମାନବିକତା ପାଇଁ ପାଇଁ ଜଣେ ମନ୍ତ୍ରୀ ହିସାବରେ ଓଡ଼ିଶାର ଜନମାନସରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସୁଶାନ୍ତ ସିଂ ଆଜି ପୁଣିଥରେ ଲୋକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ।

ଏସି ଚାମ୍ବର ରେ ନ ବସି ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ଉପରେ ବିଶ୍ୱାସ ରଖୁଥିବା ସୁଶାନ୍ତ ଆଜି ବରଗଡ଼ ଠାରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି । ମିଳିଥିବା ସୂଚନା ମୁତାବକ ମନ୍ତ୍ରୀ ସୁଶାନ୍ତ ସିଂ ବରଗଡ଼ ବ୍ଳକର ଡୁମ୍ବେରପଲ୍ଲୀ ଗ୍ରାମ ଦେଇ ଯାଉଥିବା ସମୟରେ ଜଣେ ପକ୍ଷାଘାତ ରୋଗୀ କଷ୍ଟରେ ଡ଼ହଳବିକଳ ହେଇଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ବୁର୍ଲା ମେଡ଼ିକାଲ ପଠାଇବା ପାଇଁ ବ୍ୟବସ୍ଥା ମଧ୍ୟ କରିଥିଲେ । ଏହାରି ମଧ୍ୟରେ ରୋଗୀ ଜଣଙ୍କ ସକାଳୁ କିଛି ଖାଇନଥିବା ମନ୍ତ୍ରୀ ଜାଣିବାକୁ ପାଇଥିଲେ ।

ଏହାପରେ ନିକଟସ୍ଥ ଆହାର କେନ୍ଦ୍ର ଯାଇ ସେଠାରେ ସମ୍ପୃକ୍ତ ରୋଗୀଙ୍କ ସହ ଖାଦ୍ୟ ଖାଇଥିଲେ । ଏହାରି ମଧ୍ୟରେ ମନ୍ତ୍ରୀ ସେଠାରେ ଖାଦ୍ୟର ମାନ ସମ୍ପର୍କରେ ଯାଞ୍ଚ କରିଥିଲେ । ଆହୁରି ଉନ୍ନତ ମାନର ଖାଦ୍ୟ କିଭଳି ଭବିଷ୍ୟତରେ କରାଯାଇପାରିବ ସେ ନେଇ ଆଲୋଚନା ମଧ୍ୟ କରିଛନ୍ତି । ସାଧାରଣ ଲୋକ ଓ କିଛି ରୋଗୀମାନଙ୍କ ଗହଣରେ ସେ ଖାଇଥିବା ସୂଚନା ମିଳିଛି । ମନ୍ତ୍ରୀଙ୍କୁ ଏଭଳି ଦେଖି ସ୍ଥାନୀୟ ଲୋକେ ସାବାସୀ ଦେବା ସହ ଅନ୍ୟ ନେତା ତାଙ୍କ ଠାରୁ ଶିକ୍ଷା ଲାଭ କରିବା ଦରକାର ବୋଲି କହିଥିଲେ ।

Spread the love