୧୩ରୁ ନବମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ସମ୍ମେଟିଭ-୨ (ଏସଏ)ପରୀକ୍ଷା ଆସନ୍ତା ୧୩ ତାରିଖଠାରୁ ଆରମ୍ଭ ହେବ।ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ଏହି ପରୀକ୍ଷା ଦେବେ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ସରିବ। ରାଜ୍ୟର ପ୍ରାୟ ୯ ହଜାର ୭୫ଟି ସ୍କୁଲର ୫ ଲକ୍ଷ ୬୯ ହଜାର ୬୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଶ୍ନପତ୍ର ରଖିବା ପାଇଁ ୩୦ଟି ଜିଲ୍ଲାରେ ୪୫୯ଟି ନୋଡାଲ ସେଣ୍ଟରର ବ୍ୟବସ୍ଥା କରାଯାଇଛି।  ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଛି। ୨୧ ତାରିଖ ପରୀକ୍ଷା ଶେଷ ହେବା ପରେ ଆସନ୍ତା ୨୬ ତାରିଖ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବ। ୩୦ ତାରିଖରୁ ମେ ୬ ତାରିଖ ମଧ୍ୟରେ ବୋର୍ଡ ୱେବସାଇଟରେ ମାର୍କ ଅପଲୋଡ କରାଯିବ ବୋଲି ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ଦ୍ୱିତୀୟ ଭାଷା ଇଂରାଜୀ ବିଷୟରେ ପରୀକ୍ଷା ଆରମ୍ଭ ହୋଇ ୧୬ ତାରିଖରେ ଗଣିତ, ୧୮ରେ ସାଧାରଣ ବିଜ୍ଞାନ, ୧୯ରେ ପ୍ରଥମ ଭାଷା ଓଡିଆ, ୨୦ରେ ସାମାଜିକ ବିଜ୍ଞାନ, ୨୧ ତାରିଖରେ ତୃତୀୟ ଭାଷା ହିନ୍ଦୀ ବିଷୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ମୋଟ ୮୦ ମାର୍କ ରୁ ୫୦ ମାର୍କ ଅବଜେକ୍ଟିଭ ଏବଂ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ।

Spread the love