ରାଜଧାନୀରେ ଚାଞ୍ଚଲ୍ୟ; କଳିଙ୍ଗ ହସ୍ପିଟାଲ ଛକରେ ଅଭାବନୀୟ ଘଟଣା, ରାସ୍ତାକଡ଼ ଗଛରେ ଝୁଲିଛି ବ୍ୟକ୍ତିଙ୍କ ମୃତଦେହ

କଳିଙ୍ଗ ହସ୍ପିଟାଲ ଛକରେ ଅଭାବନୀୟ ଘଟଣା। ରାସ୍ତାକଡ଼ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବେକରେ ଗାମୁଛା ସହ ଗଛକୁ ବନ୍ଧା ହୋଇଥିବା ବେଳେ ବ୍ୟକ୍ତିଜଣକ ବସିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଇଛି । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ। ତେବେ ତଦନ୍ତ ଓ ବ୍ୟବଛେଦ ରିପୋର୍ଟ ଆସିଲେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଉପରୁ ପରଦା ହଟିପାରିବ ।

Spread the love