ଝଗଡା କରି ଚମ୍ପଟ୍ ମାରୁଥିଲେ, ୬ ଜଣଙ୍କ ଉପରେ ଚଢାଇ ଦେଲେ କାର୍

ଲକ୍ଷ୍ନୗେରେ ହିଟ୍ ଏବଂ ରନର ଏକ ବଡ ମାମଲା ସାମ୍ନାକୁ ଆସିଛି। ଗୋସାଇଗଞ୍ଜରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ୬ ଜଣଙ୍କ ଉପରେ ଚଢିଯାଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ବୁଧବାର ବିଳମ୍ବିତ ରାତିରେ ଏକ ମ୍ୟାରେଜ୍ ହଲ୍ ସମ୍ମୁଖରେ ଏହି ଘଟଣା ଘଟିଛି। ଦୁର୍ଘଟଣାର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି।

ପୋଲିସର ସୂଚନାନୁସାରେ, ବିବାହ ହଲରେ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯେଉଁଥିରେ ଉତକ୍ଷିପ୍ତ ହୋଇ ସେ ଗାଡି ଚଢାଇ ଦେଇଥିଲା । ତେବେ ଏହି ଘଟଣାରେ ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ତେବେ ଅଭିଯୁକ୍ତ ଜଣକ ଏଯାବତ୍ ଧରାପଡିନାହିଁ ।

ମୃତକଙ୍କ ଭାଇ ତଥା ଗୋସାଇଗଞ୍ଜ ଥାନା ଅଞ୍ଚଳର କବୀରପୁର ନିବାସୀ ହୗେସଲା ସିଂ ଏସମ୍ପର୍କରେ ପୋଲିସକୁ ସୂଚନା ଦେଇଛନ୍ତି। ତାଙ୍କ ଅଭିଯୋଗ ଉପରେ ପୋଲିସ ଅଭିଯୁକ୍ତ ଆଶିଷ ଯାଦବଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ତେବେ ବୁଧବାର ଦିନ ମହେନ୍ଦ୍ର ସିଂ ଯାଦବଙ୍କ ତିଲକ ସମାରୋହ ଥିଲା। ଯେଉଁଥିରେ ଆଶିଷ ଯାଦବଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେଠାରେ କିଛି ଲୋକଙ୍କ ମଧ୍ୟରେ ଝଗଡା ହୋଇଥିଲା।

Spread the love