କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଭେଟିଲେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ ଏବଂ ଅଭିଭାବକ। ଯୁଦ୍ଧ ପାଇଁ ଡାକ୍ତରୀ ପଢା ପ୍ରଭାବିତ ହୋଇଥିବା ବେଳେ କେବେ ପରିସ୍ଥିତି ସ୍ବାଭାବିକ ହେବ ତହା କହିବା ମୁସ୍କିଲ। ତେଣୁ ପ୍ରଭାବିତ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କୁ ଭାରତ ତଥା ଓଡିଶାରେ ଥିବା ବିଭିନ୍ନ ମେଡିକାଲ କଲେଜରେ ପାଠ ପଢିବା ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ।

ଯଦି ପଠ ପଢିବା ପାଇଁ ବ୍ୟବସ୍ଥା କରା ନଯାଏ ତେବେ ଓଡ଼ିଶାର ୫ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି କହିଛନ୍ତି।ପ୍ରାକ୍ଟିକାଲ କରିବା ନେଇ ସ୍ୱାସ୍ଥ୍ୟ ବିଭାଗ ସହ ବିଚାର ବିମର୍ଶ ଚାଲିଛି ।ଏନେଇ କିଛି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Spread the love