ଘରେ ପାରା ବସା ବାନ୍ଧିଲେ ହୋଇଥାଏ ଏହି ଲାଭ , ଯାହା ଜାଣିଲେ ଆପଣ ବି ଘରେ ପାରା ରଖିବେ

ସାଧାରଣତଃ ଘରେ ଲୋକ ମାନେ ଅନେକ ଗୃହ ପାଳିତ ପଶୁ ରଖିଥାନ୍ତି । ତେବେ ପ୍ରକୃତରେ କୁକୁର ଯେପରି ଖୁବ ବିଶ୍ୱସ୍ତ ପଶୁ ଅଟେ ସେହିପରି ଅନେକ ପଶୁ ଅଛନ୍ତି ଯେଉଁମାନେ ଖୁବ ବିଶ୍ୱସ୍ତ ଅଟନ୍ତି । ତେବେ ଘରେ ଅନେକ ପକ୍ଷୀ ରଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଲୋକେ ପକ୍ଷୀ ମାନଙ୍କ ଦ୍ୱାରା ଅନେକ ପ୍ରକାରର ଲାଭ ମଧ୍ୟ ପାଇଥାନ୍ତି । ଲୋକେ ବର୍ତ୍ତମାନ ଆଧୁନିକ ସମଜାରେ ରହିଲେ ବି ସୁଦ୍ଧା ଅନେକ ଲୋକ ବାସ୍ତୁ ଏବଂ ଶାସ୍ତ୍ର ଅନୁଯାୟୀ ନିଜର ପ୍ରତ୍ୟେକ କାର୍ଯ୍ୟ କରିଥାନ୍ତି । ବାସ୍ତବରେ ହିଁ ଏହି ବାସ୍ତୁ ଶାସ୍ତ୍ର ର ଆମ ଜୀବନ ଉପରେ ଅନେକ ପ୍ରଭାବ ରହିଛି । ପୁଣି ଆପଣ ମାନେ ଶୁଣିଥିବେ ଯେ ଅନେକ ଲୋକ ଘରେ ପାରା ଏବଂ ଅନେକ ପ୍ରକାରର ପକ୍ଷୀ ରଖିଥାନ୍ତି । ଯାହାଦ୍ୱାରା ଲୋକଙ୍କୁ ଫାଇଦା ହୋଇଥାଏ ବୋଲି ଲୋକେ କହନ୍ତି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଯଦି ପାରା ଆପଣଙ୍କ ଘରେ ବସା ବାନ୍ଧେ ତେବେ କଣ ଲାଭ ହୋଇଥାଏ ସେହି ବିଷୟରେ କହିବୁ । ତେବେ ଏହି ସମ୍ବନ୍ଧରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ପାରା ହେଉଛି ଏକ ଶାନ୍ତ ପକ୍ଷୀ ଯାହାକି ପ୍ରାୟତଃ ଘରେ କିମ୍ବା ମନ୍ଦିର ରେ ରହିଥାଏ । ତେବେ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ କହନ୍ତି ଯେ ଘରେ ପାରା ବସା ବାନ୍ଧିଲେ ତାହା ଅଶୁଭ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କହି ରଖୁଛୁ ଯେ ଘରେ ପାରା ବସା ବାନ୍ଧିଲେ ତାହା ଶୁଭ ହୋଇଥାଏ । ତେବେ ଆମେ କହି ରଖୁଛୁ ଯେ କେଉଁ କେଉଁ ଲାଭ ପରିବାର ରେ ହୋଇଥାଏ ସେହି ବିଷୟରେ କହିବୁ । ଯଦି ଆପଣଙ୍କ ଘରେ ପାରା ବସା ବାନ୍ଧେ ତେବେ ଆପଣଙ୍କ ଘରେ ସୁଖ ଶାନ୍ତି ର ଆଗମନ ହୋଇଥାଏ । ଘରେ ପରିବାର ଲୋକେ ସୁଖ ଶାନ୍ତିରେ ରହନ୍ତି । ପୁଣି ପାରା ବିଭିନ୍ନ ପ୍ରକାରର ରହିଛି । ସାଧାରଣତଃ ମନ୍ଦିର ମାନଙ୍କରେ ଧଳା ପାରା ରହିଥାଏ ଯାହାକି ଅଧିକ ଶୁଭ ହୋଇଥାଏ ।

ପୁଣି ଏପରି କୁହାଯାଇଥାଏ ଯେ ଘରେ ପାରା ରହିଲେ କୌଣସି ପ୍ରକାରର ଆଭାବ ଦେଖା ଦେଇ ନଥାଏ । ଘରକୁ ଧନ ର ଆଗମନ ହୋଇଥାଏ । ଘରେ ପାରା ରହିଲେ ଘରକୁ ସମୃଦ୍ଧି ଆସିଥାଏ । ପୁଣି ଆପଣଙ୍କର କୌଣସି କାମ ଯଦି ଅଟକି ଯାଇଥିବ ତେବେ ତାହା ପୂରଣ ହୋଇଯିବ । ତେଣୁ ଏସବୁ କଥାରୁ ଏହା ନିଶ୍ଚିତ ଯେ ଘରେ ପାରା ବସା ବାନ୍ଧିଲେ ତାହା ଶୁଭ ହୋଇଥାଏ । ତେଣୁ ଆପଣ କେବେ ଏହାକୁ ଅଶୁଭ ମନେ କରିବା ଉଚିତ ନୁହେଁ । ଆପଣ କେବେବି ପାରା କୁ ଘରୁ ତଡ଼ି ଦେବା ଉଚିତ ନୁହେଁ । ଯଦି ଆପଣଙ୍କ ଘରେ ପାରା ବସା ବାନ୍ଧିଛି ତେବେ ତାକୁ ଦାନା ଖାଇବାକୁ ଦିଅନ୍ତୁ ଯାହାଦ୍ୱାରା ଭଗବାନ ଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ ।

Spread the love