ଖାଇବା ଥାଳିରେ ହାତ ଧୋଉଛନ୍ତି କି? ରାଗିଯିବେ ମା’ ଲକ୍ଷ୍ମୀ, କାଙ୍ଗାଳ ହେବା ପୂର୍ବରୁ ସତର୍କ ହୋଇ ଯାଆନ୍ତୁ

ହିନ୍ଦୁ ଶାସ୍ତ୍ର ଓ ଲକ୍ଷ୍ମୀ ପୁରାଣରେ ଖାଦ୍ୟ ଖାଇବା ସମୟରେ କେତେକ ବିଶେଷ ନିୟମ ପାଳନ କରିବା କଥା କୁହାଯାଇଛି। ତେବେ କେତେକ ଲୋକଙ୍କର ବଦ ଅଭ୍ୟାସ ରହିଛି ଯେ ସେମାନେ ଖାଦ୍ୟ ଖାଇବା ପରେ ସେହି ଥାଳିରେ ହାତ ମୁହଁ ଧୋଇଦିଅନ୍ତି । ତେବେ ଏପରି କରିବା ଆଦୌ ଉଚିତ ନୁହେଁ ବୋଲି ଶାସ୍ତ୍ରରେ କୁହାଯାଇଛି। ଧାର୍ମିକ ମାନ୍ୟତା ଅନୁଯାୟୀ, ଖାଦ୍ୟ ଖାଇବା ଥାଳିରେ ହାତ ଧୋଇବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ଖାଦ୍ୟ ଥାଳିରେ ଥିବା ସାମାନ୍ୟ ଅନ୍ନର ଅନାଦର ହୋଇଥାଏ। ମା’ଲକ୍ଷ୍ମୀ ଏଥିରେ କ୍ରୋଧ ହୋଇଥାଆନ୍ତି ଓ ପରିବାରରେ ସର୍ବଦା ଦରିଦ୍ରତା ସମସ୍ୟା ସୃଷ୍ଟି ହୋଇଥାଏ।

ଶାସ୍ତ୍ର ଅନୁଯାୟୀ, ଅଗ୍ନି ଦେବତାଙ୍କ କୃପାରୁ ଭୋଜନ ପ୍ରସ୍ତୁତ ହୋଇଥାଏ ଏହାସହ ଯଜ୍ଞ ଅଥବା ଅଗ୍ନି ଦ୍ୱାରା ଅର୍ପଣ କରାଯାଇଥିବା ସାମଗ୍ରୀ ଦେବତାଙ୍କୁ ଭୋଜନ ରୂପେ ପ୍ରାପ୍ତ ହୋଇଥାଏ। ଏହି କାରଣରୁ ଭୋଜନର ଖୁବ ମହତ୍ତ୍ୱ ରହିଛି। ଏହାବ୍ୟତୀତ ଅନେକ ପୁରାଣରେ ଅନ୍ନର ଅନାଦର କରିବା ଖୁବ ପାପ ବୋଲି ଉଲ୍ଲେଖ ରହିଛି।

ଭୋଜନ ଥାଳିକୁ ସର୍ବଦା ଆସନ ଉପରେ ରଖି ଓ ନିଜେ ମଧ୍ୟ ଆସନରେ ବସି ସମ୍ମାନପୂର୍ବକ ଗ୍ରହଣ କରିବା ଆବଶ୍ୟକ। ଖାଇବା ସମୟରେ ଥାଳି ଚାରିପଟେ ବା ତଳେ ଖାଦ୍ୟ ପକେଇବ ଉଚିତ୍ ନୁହେଁ। ଏହା ଲକ୍ଷ୍ମୀଛଡ଼ାର ଲକ୍ଷଣ ହୋଇଥାଏ। ସେହିପରି ଭୋଜନ ଥାଳି ଗୋଟିଏ ହାତରେ ଉପରକୁ ଉଠାଇ ଅନ୍ୟ ହାତରେ ଖାଇବା ଉଚିତ ନୁହେଁ।

ଥାଳିରେ ସର୍ବଦା ଆବଶ୍ୟକ ଅନୁଯାୟୀ ଖାଦ୍ୟ ନେବା ଉଚିତ। ଥାଳିରେ ଅଧିକ ଖାଦ୍ୟ ବାଢ଼ି ନଷ୍ଟ କରିବା ଉଚିତ ନୁହେଁ। ଏହାସହ ଖାଇବା ସମୟରେ ଭୂମି ଉପରେ ହାତ ମାଡ଼ି ଖାଇବା ମଧ୍ୟ ଉଚିତ୍ ନୁହେଁ। ଶାସ୍ତ୍ର ଅନୁଯାୟୀ, ଭୋଜନ କରିବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରି ଖାଇବା ଉଚିତ। ଏହାସହ ଭୋଜନ କରିବା ସମୟରେ କ୍ରୋଧ, କଥାବାର୍ତ୍ତା, ଜୋରରେ ପାଟି କରିବା ଆଦୌ ଉଚିତ ନୁହେଁ, ଏପରି କରିବା ଦ୍ବାରା ଅନ୍ନ ଓ ମାତା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ। ଏହାସହ ଶୋଇବା ସେଜ ଉପରେ ବସି ଖାଇବା ଉଚିତ୍ ନୁହେଁ। ଏହାଦ୍ବାରା ମାତା ଲକ୍ଷ୍ମୀ ଓ ଖାଦ୍ୟର ଅପମାନ ହୋଇଥାଏ। ଏଭଳି କରୁଥିବା ଲୋକଙ୍କ ଜୀବନରେ ସର୍ବଦା ଅସନ୍ତୋଷ ଲାଗି ରହିବା ସହ ରାତିରେ ଖରାପ ସ୍ବପ୍ନ ଦେଖି ଥାଆନ୍ତି। ଏହା ପ୍ରେମ ସମ୍ପର୍କ ଭାଙ୍ଗିବାର ଏକ କାରଣ ହୋଇଥାଏ ବୋଲି କୁହାଯାଏ।

Spread the love