କିସ୍ ଆବାସିକ ବିଦ୍ୟାଳୟର ଉଦଘାଟନ ସମାରୋହ , ଯୋଗ ଦେବେ ରାଜ୍ୟପାଳ

କଟକ ଜିଲ୍ଲାର ସ୍ମାର୍ଟ ଭିଲେଜ କଲରାବାଙ୍କରେ କିସ ଆବାସିକ ବିଦ୍ୟାଳୟର ଉଦଘାଟନ ସମାରୋହ ଆୟୋଜିତ ହେବାକୁ ଯାଉଛି। ଏହି ଉଦଘାଟନ ସମାରୋହରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟକ ଭାବେ ଯୋଗ ଦେଉଛନ୍ତି। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ପୂଜ୍ୟ ବାବା ରାମ ନାରାୟଣ ଦାସ ମହାପାତ୍ର ଯୋଗ ଦେଇଛନ୍ତି।

କିଟ, କିସ ଓ କଲରାବାଙ୍କ ସ୍ମାର୍ଟ ଭିଲେଜର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, କଲରାବାଙ୍କର ଛାତ୍ର ଛାତ୍ରୀ ଓ ହଜାର ହଜାର କଲରାବାଙ୍କ ଗ୍ରାମବାସୀ ଯୋଗ ଦେଇଛନ୍ତି। କଲରାବାଙ୍କ ଠାରୁ ଗଡ଼ମା ପର୍ଯ୍ୟନ୍ତ ସଂଯୋଗ କରୁଥିବା ନୀଲିମାରାଣୀ ମାର୍ଗର ମଧ୍ୟ ଉଦଘାଟନ କରିବେ ରାଜ୍ୟପାଳ।

Spread the love