ଭଡ଼ାରେ ମିଳୁଛି AC

ନୂଆଦିଲ୍ଲୀ  : ଖରାଦିନରେ ସମସ୍ତେ ଖୋଜନ୍ତି ଶୀତଳ ପବନ। ପ୍ରଚୁର ଗରମରେ ଆଉ ଫ୍ୟାନ୍ କିମ୍ବା କୁଲର କାମ ଦେଉନି । ଏଥିପାଇଁ ଘରେ ଘରେ ଏବେ ଏସି। ଯଦି ଆପଣ ନିଜ ଘର ପାଇଁ ଏସି କିଣୁଛନ୍ତି ତେବେ ଭଲ କଥା । ଯଦି ଆପଣ ଏତେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି ତେବେ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ରହିଛି ।ଆଜି ଆମେ ଆପଣଙ୍କୁ ଏମିତି କିଛି ମୋବାଇଲ୍ ଆପ୍ସ ଏବଂ କିଛି ପ୍ଲାଟଫର୍ମ୍ସ ସମ୍ପର୍କରେ ଜଣାଇବୁ ଯେଉଁଠୁ ଆପଣ ବହୁତ ଶସ୍ତାରେ ଏସି ରେଣ୍ଟରେ ନେଇପାରିବେ । ଆସନ୍ତୁ ଜାଣିବା –

ଏହି ପ୍ଲାଟଫର୍ମରେ ଆପଣଙ୍କୁ ଏସିର ଅନେକ ଅପ୍ସନ ମିଳିଯିବ ଯେଉଁଥିରେ ୱିଣ୍ଡୋ ଏସି ଏବଂ ସ୍ପିଲ୍ଟ ଏସି ସାମିଲ। ଆପଣ ୦.୭୫ ଟନର ୱିଣ୍ଡୋ ଏସିକୁ ୯୧୫ ଟଙ୍କା ପ୍ରତି ମାସ ଅନୁସାରେ ଭଡାରେ ନେଇପାରିବେ । ଏକ ଟନର ସ୍ପିଲ୍ଟ ଏସିକୁ ଆପଣ ୧୩୭୫ ଟଙ୍କା ପ୍ରତି ମାସ ଅନୁସାରେ ଭଡାରେ ନେଇପାରିବେ । ଏଠାରେ ଆପଣଙ୍କୁ ଫ୍ରି ଇନଷ୍ଟଲେସନ ମିଳିବ ଏବଂ ଏସି ସହିତ ଆସୁଥିବା ଷ୍ଟାବିଲାଇଜର ପାଇଁ ମଧ୍ୟ ଆପଣଙ୍କୁ ଅତିରିକ୍ତ ପଇସା ଦେବାକୁ ପଡିବନି । ରେଣ୍ଟରେ ଇନଷ୍ଟଲେସନ ଏବଂ ମେଣ୍ଟେନାନ୍ସ ଭଳି ଖର୍ଚ୍ଚ ସାମିଲ ।

RentMojo

ଏହା ଏମିତି ଏକ ପ୍ଲାଟଫର୍ମ ଯେଉଁଠୁ ଆପଣ ଚେୟାର-ଟେବୁଲଠୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ସ ପର୍ଯ୍ୟନ୍ତ ସବୁକିଛି ରେଣ୍ଟରେ ନେଇପାରିବେ । ଏହି ମୋବାଇଲ୍ ଆପ ଏବଂ ୱେବସାଇଟକୁ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ୟୁଜର୍ସ ବ୍ୟବହାର କରିପାରିବେ । RentMojo ରୁ ଆପଣ ୧ ଟନ୍ ଏସିକୁ ମାତ୍ର ୧୨୧୯ ଟଙ୍କାର ମାସିକ ଦାମରେ ଭଡାରେ ନେଇପାରିବେ । ଏଥିରେ ରିଲୋକେସନ୍, ଅପଗ୍ରେଡ୍, ଇନଷ୍ଟଲେସନ ଏବଂ ମେଣ୍ଟେନାନ୍ସ ସବୁକିଛି ସାମିଲ । ଦିଲ୍ଲୀ, ମୁମ୍ବାଇ, ନୋଏଡା, ଗୁଡଗାଓଁ, ଚେନ୍ନାଇ, କୋଲାତା ଏବଂ ବେଙ୍ଗାଲୁରୁ ଭଳି ବଡ ବଡ ସହରରେ ଏହି ସେବା ଉପଲବ୍ଧ ।

CityFurnish

CityFurnish ମଧ୍ୟ ଫର୍ଣ୍ଣିଚର ଏବଂ ଆପ୍ଲାଏନ୍ସେଜର ଦମଦାର୍ ଟେଣ୍ଟାଲ୍ ସର୍ଭିସ୍ ଯାହା ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ ଏବଂ ନୋଏଡା ଭଳି ସହରରେ ଉପଲବ୍ଧ । ଏଠାରେ ଆପଣଙ୍କୁ କେବଳ ୧.୫ ଟନର ୱିଣ୍ଡୋ ଏସି ମିଳିବ ଯାହାକୁ ଆପଣ ୧୫୬୯ ଟଙ୍କା ପ୍ରତି ମାସିକ ଅନୁସାରେ ଭଡାରେ ନେଇପାରିବେ । ଇନଷ୍ଟଲେସନର ପଇସା ଏଠାରେ ଆପଣଙ୍କୁ ଅଲଗା ଦେବାକୁ ହେବ । ଏସିକୁ ଭଡାରେ ନେବା ସମୟରେ ଏକ ସିକ୍ୟେରିଟି ଡିପୋଜିଟ୍ ଦେବାକୁ ହେବ ଯାହାକୁ ପରେ ଆପଣ ଫେରସ୍ତ ପାଇପାରିବେ ।

Spread the love