ପୂଜା ସମୟରେ ନଡିଆ ଖରାପ ପଡିବା ଶୁଭ ନା ଅଶୁଭ ଜାଣନ୍ତୁ

ଅଧିକାଂଶ ସମୟ ପୂଜା ପାଇଁ ବ୍ୟବହାର କରୁଥିବା ନଡିଆ ଯଦି ଖରାପ ପଡେ ତେବେ ଲୋକଙ୍କ ମନ ଭିତରେ ଭୟ ରହିଯାଇଥାଏ କିଛି ଅଶୁଭ ହେବାକୁ ଯାଉଛି। ବୋଧ ହୁଏ ଭଗବାନ ଅସନ୍ତୁଷ୍ଟ ହୋଇଯାଇଛନ୍ତି କିମ୍ବା ଆଗକୁ କୌଣସି ଖରାପ ଘଟଣା ହେବାକୁ ଯାଉଛି ବୋଲି ବହୁ ଲୋକଙ୍କ ମନ ଭିତରେ ଏହି କଥା ରହିଥାଏ। ତେଣୁ ଆମେ ଆପଣଙ୍କୁ ଏସମ୍ପର୍କରେ ଯେଉଁ କଥା କହିବାକୁ ଯାଉଛୁ, ଯାହାକୁ ଶୁଣିବା ପରେ ଆପଣମାନେ ଜାଣିପାରିବେ ପୂଜା କରିବାକୁ ଯାଉଥିବା ନଡିଆ ଖରାପ ବାହାରିଲେ ତାହା ଅଶୁଭ ନୁହେଁ। ଏହା ପଛରେ କିଛି କାରଣ ମଧ୍ୟ ରହିଛି।

ନଡିଆ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନେକରାଯାଇଥାଏ। ତାଙ୍କର ପୂଜାରେ ନଡିବ ରହିବା ନିହାତି ଜରୁରୀ। ପୂଜା ପାଇଁ ନେଇଥିବା ନଡିଆ ଯଦି ଖରାପ ବାହାରେ ତେବେ ଏହାର ଅର୍ଥ ନୁହେଁ କିଛି ଅଶୁଭ ହେବାକୁ ଯାଉଛି। ବଂର ନଡିଆ ଖରାପ ହେବା ଏକ ଶୁଭ ସଙ୍କେତ। ଖରାପ ନଡିଆକୁ ଶୁଭ ବୋଲି ମନେକରାଯାଇଥାଏ, ଏହାପଛରେ ଏକ ଖାସ୍ କାରଣ ରହିଥାଏ।

କୁହାଯାଏ ଯେ,ନଡିଆ ଭାଙ୍ଗିବା ସମୟରେ ଯଦି ଖରାପ ବାହାରେ ତେବେ ଭଗବାନ ବିଷ୍ଣୁ ପ୍ରସାଦ ଗ୍ରହଣ କରିନେଇଛନ୍ତି। ଏଥିପାଇଁ ଭିତରୁ ପୁରା ସୁଖି ଯାଇଛି। କେବଳ ସେତିକି ନୁହେଁ ମନୋକାମନା ପୂରଣ ହେବାର ସଙ୍କେତ ମଧ୍ୟ ରହିଥାଏ। ଏହି ସମୟରେ ଆପଣ ଭଗବାନଙ୍କ ସାମନାରେ ନିଜର ଯେଉଁ ଇଛା ପ୍ରକାଶ କରିଥାନ୍ତି ତାହା ନିଶ୍ଚିତ ପୂରଣ ହୋଇଥାଏ। ଯଦି ଆପଣ ନଡିଆ ଭାଙ୍ଗିବା ସମୟରେ ତାହା ଭଲ ବାହାରେ ତେବେ ଏହାକୁ ସମସ୍ତଙ୍କ ଭିତରେ ବାଣ୍ଟିଦେବା ଦରକାର। ଏଭଳି କରିବା ଶୁଭ ହୋଇଥାଏ।

Spread the love