ପର୍ସରେ ଚିରା ନୋଟ ରଖିବାକୁ ମନା କରାଯାଏ କାହିଁକି ଜାଣନ୍ତୁ

ସମାଜରେ ଚଳିବା ପାଇଁ ଟଙ୍କା ରୋଜଗାର କରିବା ନିହାତି ଦରକାର। ଏଥି ପାଇଁ ଲୋକମାନେ ଦିନରାତି କଠିନ ପରିଶ୍ରମ କରି ଟଙ୍କା ରୋଜଗାର ପରେ ମଧ୍ୟ ତାଙ୍କ ପାଖରେ ଟଙ୍କାଟିଏ ବଞ୍ଚେନି। ଓଲଟି ବାକି କରି ଜୀବନ କଟନ୍ତି। କେତେକ କାରଣରୁ ଉପାର୍ଜିତ ଟଙ୍କା ପାଖରେ ରୁହେନି। ଏଥି ପାଇଁ ବାସ୍ତୁ ଦୋଷ ଦାୟୀ ରହିଥାଏ ବୋଲି ମଧ୍ୟ କୁହାଯାଏ । ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ଏଭଳି କିଛି ଜିନିଷ ଅଛି ଯାହାକୁ ପର୍ସରେ ରଖିବା ଦ୍ଵାରା ଅଶୁଭ ଫଳ ଦେଇଥାଏ। ଏବଂ ଏହା ଅର୍ଥ ହାନିର କାରଣ ହୋଇଥାଏ। ବାସ୍ତୁ ନିୟମ ଅନୁଯାୟୀ, ଏପରି ଜିନିଷକୁ ତୁରନ୍ତ ପର୍ସରୁ ହଟାଇବା ଭଲ ହୋଇଥାଏ।ନଚେତ୍ ମୋଟା ଅଙ୍କର ଟଙ୍କା ହରାଇବାକୁ ପଡିପାରେ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷଗୁଡିକ ପର୍ସରେ ରଖିବା ଉଚିତ୍ ନୁହେଁ।

– ମା ଲକ୍ଷ୍ମୀ ପର୍ସରେ “ଚାବି” ରଖିଲେ କ୍ରୋଧିତ ହୁଅନ୍ତି । ତେଣୁ ଚାବିକୁ ପର୍ସରେ ରଖନ୍ତୁ ନାହିଁ। ଅଧିକାଂଶ ଲୋକଙ୍କ ଅଭ୍ୟାସ ଥାଏ ଯେ ସେମାନେ ପର୍ସ ଭିତରେ ଚାବି ରଖନ୍ତି, କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ପାଇଁ ଠିକ ନୁହେଁ, କାରଣ ଧନ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହେଲେ ସର୍ବଦା ଅର୍ଥ ଅଭାବ ରହିବ। ପର୍ସରେ କୌଣସି ଚାବି କିମ୍ବା ଯେକୌଣସି ପ୍ରକାରର ଧାତୁ ରଖିବା ନକାରାତ୍ମକତା ସୃଷ୍ଟି କରିଥାଏ।

– ସେହିପରି ମୃତ ସମ୍ପର୍କୀୟଙ୍କ ଫଟୋକୁ ପର୍ସରେ ରଖିବା ଅଶୁଭ ହୋଇଥାଏ। ଯେହେତୁ ଆମେ ସମସ୍ତେ ଜାଣୁ ଯେ ପର୍ସରେ ଟଙ୍କା ରଖାଯାଇଥାଏ, ଅର୍ଥାତ୍ ପର୍ସ ହେଉଛି ଧନ ଦେବୀ ଲକ୍ଷ୍ମୀଙ୍କର ବାସସ୍ଥାନ।ତେଣୁ ଯଦି ଅପଣ ପର୍ସରେ ମୃତ ସମ୍ପର୍କୀୟଙ୍କ ଛବି ରଖ, ତେବେ ଏହା ଅଶୁଭ ବୋଲି ବିବେଚନା କରାଯାଇଥାଏ। ଏହା ନକାରାତ୍ମକ ଶକ୍ତି ସୃଷ୍ଟି କରେ। ଯଦି ଜଣେ ମୃତ ବ୍ୟକ୍ତିଙ୍କ ଫଟୋ ଆପଣଙ୍କ ପର୍ସରେ ରଖିଛନ୍ତି, ତେବେ ତୁରନ୍ତ ଏହାକୁ ପର୍ସରୁ ବାହାର କରିଦିଅନ୍ତୁ।

– ସେହିଭଳି ପୁରୁଣା କାଗଜପତ୍ର, ରସିଦକୁ ପର୍ସରେ ରଖନ୍ତୁ ନାହିଁ।

ଭୁଲରେ କୌଣସି ପୁରୁଣା କାଗଜପତ୍ର କିମ୍ବା ରସିଦକୁ ପର୍ସରେ ରଖିବା ଉଚିତ୍ ନୁହେଁ, ନଚେତ୍ ଏହି କାରଣରୁ ଟଙ୍କା ପର୍ସରେ ରହେ ନାହିଁ।କେବଳ ଏତିକି ନୁହେଁ, ଦେବୀ ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି। ଲକ୍ଷ୍ମୀ ସର୍ବଦା ପରିଷ୍କାର ପରିଚ୍ଛନ୍ନତା ଥିବା ସ୍ଥାନରେ ରହିଥାନ୍ତି। ଯଦି ତୁମେ ତୁମର ପର୍ସରେ ଅଦରକାରୀ କାଗଜ ରଖ, ତେବେ ଦେବୀ ଲକ୍ଷ୍ମୀ ସେଥିରେ ରହିବେ ନାହିଁ।

– ପର୍ସରେ ଚିରାଫଟା, ପୁରୁଣା ନୋଟ୍ ରଖନ୍ତୁ ନାହିଁ ।ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଅଶୁଭ ହୋଇଥାଏ। ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ପର୍ସରେ ପୁରୁଣା ଏବଂ ଖରାପ ନୋଟ୍ ରଖନ୍ତି, କିନ୍ତୁ ଏହି ନୋଟ୍ ଗୁଡ଼ିକ ସେମାନଙ୍କ ପାଇଁ ବିପଦ ସୃଷ୍ଟି କରେ। ସେଥିପାଇଁ ପର୍ସରୁ ଏହି ନୋଟ ଗୁଡିକ କାଢିଦେବା ଭଲ ହେବ, କାରଣ ଏହା ପର୍ସରେ ନକାରାତ୍ମକତା ସୃଷ୍ଟି କରନ୍ତି।

– ଭଗବାନ ଏବଂ ଦେବୀଙ୍କ ଫଟୋକୁ ପର୍ସରେ ରଖନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପର୍ସରେ ଭଗବାନ ଏବଂ ଦେବୀଙ୍କ ଫଟୋ ରଖିବା ଶୁଭ ବୋଲି ବିବେଚନା କରାଯାଏ ନାହିଁ। କିନ୍ତୁ ତୁମେ ତୁମର ପର୍ସରେ ଭଗବାନଙ୍କ ଯନ୍ତ୍ରକୁ ରଖିପାରିବ। ଏହା ଆପଣଙ୍କ ପର୍ସରେ ଟଙ୍କା ବୃଦ୍ଧିରେ ସହାୟକ ହୋଇଥାଏ

Spread the love